ପ୍ରେମିକାଙ୍କୁ ଖୁସି କରାଇବା ପାଇଁ ପବ୍‌ ଭିତରେ ଗୁଳି ମାରିଲେ ବ୍ୟବସାୟୀ ପ୍ରେମିକ

ମୁମ୍ବାଇ: ମୁମ୍ବାଇ ପୁଲିସ୍‌ ଜୁନ ୨୬ ତାରିଖ, ମଙ୍ଗଳବାର ପାନିପଥ ଆଧାରିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ନିଜ ପ୍ରେକିକା ସମ୍ମୁଖରେ ନିଜର ବାହାଦୁରି ଦେଖାଇବା ପାଇଁ ବ୍ୟବସାୟୀ ଜଣକ ଅନ୍ଧେରୀରର ଏକ ପବ୍‌ ମଧ୍ୟରେ ଗୁଳି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାକେଶ ଜଗଦିଶ କଲେରା। ସେ ତାଙ୍କ ପ୍ରେମିକା ନିଶାଙ୍କୁ ଖୁସି କରାଇବା ପାଇଁ ଏପରି କରିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ରାକେଶଙ୍କ ସହ ତାଙ୍କ ର ୨ ଜଣ ବନ୍ଧୁ ଓ ଅଙ୍ଗରକ୍ଷୀମାନଙ୍କୁ ମଧ୍ୟ ଗିରଫ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାକେଶ ପବ୍‌ ମଧ୍ୟରେ ୫ରୁ ୬ ରାଉଣ୍ଡ୍‌ ଗୁଳି ଚାଳନା କରିଥିଲେ।

ଏମାନଙ୍କ ବ୍ୟତୀତ ପୁଲିସ୍‌ ୭ ପବ୍‌ କର୍ମଚାରୀଙ୍କୁ ବି ଗିରଫ କରିଛି। ପବ୍‌ରେ ଗୁଳି ଚାଳନା ଘଟଣାକୁ ଲୁଚେଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି।

ଜାଣିବାକୁ ମିଳିଛି ଯେ ରାଜେଶ ତାଙ୍କ ଦଳ ନେଇ ପ୍ରାୟ ୧.୩୦ ସମୟରେ ପ୍ରେମିକା ନିଶାଙ୍କ ଜନ୍ମଦିନ ପାଳନ କରିବା ପାଇଁ ପବ୍‌ ଭିତରକୁ ପ୍ରବେଶ କରିଥିଲେ। ସେମାନେ ପବ୍‌ କର୍ମଚାରୀଙ୍କୁ କହିଥିଲେ କି ରାଜେଶ ହଉଛନ୍ତି ମନ୍ତ୍ରୀଙ୍କ ପୁଅ। ସେ ଯଦି ତାଙ୍କୁ ଏବଂ ତାଙ୍କ ଅଙ୍ଗରକ୍ଷୀମାନଙ୍କୁ ଅସ୍ତ୍ର ସହ ଭିତରକୁ ଯିବାକୁ ଦିଅନ୍ତି ତେବେ ସେ ରାତିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ। କର୍ମଚାରୀମାନେ ଟଙ୍କା ଲାଳସାରେ ସେମାନଙ୍କୁ ଅନୁମତି ପ୍ରଦାନ କରିଥିଲେ। ନିଶା ନତଜର ଜନ୍ମଦିନ କେକ୍‌ କାଟିବା ବେଳେ ରାଜେଶ ତାଙ୍କୁ ଖୁସି କରାଇବା ପାଇଁ ବନ୍ଧୁକ ଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର