ଚଳଚ୍ଚିତ୍ରରେ ଅଭିନେତା ସାଜିବାକୁ ପତ୍ନୀଙ୍କୁ ନିର୍ଦ୍ଦେଶକଙ୍କ ସହ ଅବୈଧ ସଂପର୍କ ପାଇଁ ବାଧ୍ୟ କରୁଥିଲେ ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କର, ଫିଲ୍ମରେ ଅଭିନୟ ନିଶା ଆଉ ଏହି ସୁଯୋଗ ପାଇବାକୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ସ୍ତ୍ରୀକୁ ରାତି କାଟିବାକୁ ବାଧ୍ୟ କରୁଥିଲା ସ୍ୱାମୀ। ରାଜି ନହେବାରୁ ଦେଉଥିଲା ନିସ୍ତୁକ ମାଡ଼। ଏଭଳି ସଂଗୀନ ଅଭିଯୋଗ ପରେ ପୁଣି ସାମନାକୁ ଆସିଛି ଲଭ, ମ୍ୟାରେଜ୍‌ ଓ ଧୋକାର କରୁଣ କାହାଣୀ।

ତେବେ ଏହି ଲଭ-ମ୍ୟାରେଜ୍‌-ଧୋକାର କାହାଣୀ ବଖାଣିଛନ୍ତି ଖୋଦ ପୀଡିତା। ପ୍ରଥମେ ପ୍ରେମର ଛଳନା, ତା’ପରେ ବିବାହ, କିଛି ଦିନ ବିତିଗଲା ପରେ ଧୋକାର କରୁଣ କାହାଣୀ। ବିବାହର କିଛି ଦିନ ପରେ ପଦାକୁ ଆସିଥିଲା ସ୍ୱାମୀଙ୍କର ଫିଲ୍ମରେ ହିରୋ ହେବାର ନିଶା। ଆଉ ହିରୋ ହେବା ପାଇଁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଖୁସି କରିବା ଆବଶ୍ୟକ ଥିଲା। ଆଉ ସେଥିପାଇଁ ନିଜ ସ୍ତ୍ରୀକୁ ମାଧ୍ୟମ ବାଛି ନେଇଥିଲା ସ୍ୱାମୀ ଆଉ ନିର୍ଦ୍ଦେଶକ ସହ ରାତି କାଟିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲା।

ଚନ୍ଦନ କରଙ୍କ ବିରୋଧରେ ଭୁବନେଶ୍ୱରର ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ନନ୍ଦିନୀ। ସେ ତାଙ୍କ ଏଫଆଇଆରରେ ଲେଖିଛନ୍ତି, ନିର୍ଦ୍ଦେଶକଙ୍କୁ ଖୁସି କରିବା ପାଇଁ ଚନ୍ଦନ ତାଙ୍କୁ ବାଧ୍ୟ କରୁଥିଲେ। ନନ୍ଦନୀଙ୍କ ଅଭିଯୋଗ ଅନୁସାରେ, ଚନ୍ଦନ କହୁଥିଲେ, ଫିଲ୍ମରେ ସୁଯୋଗ ପାଇବାକୁ ହେଲେ ନିର୍ଦ୍ଦେଶକଙ୍କୁ ଝିଅମାନଙ୍କୁ ଉପହାର ଦିଆଯାଏ। ତେବେ ୨୦୧୩ରେ ବାଲେଶ୍ୱରର ଚନ୍ଦନ କରଙ୍କୁ ବିବାହ କରିବା ପାଇଁ ଘର ପରିବାର ଛାଡି ଚାଲି ଆସିଥିଲେ କଳାହାଣ୍ଡିର ଝିଅ ନନ୍ଦିନୀ। କିଛି ଦିନ ଖୁସିରେ କଟିବା ପରେ ଚନ୍ଦନଙ୍କର ଫିଲ୍ମରେ ଅଭିନୟ କରିବା ନିଶା ତାଙ୍କ ସଂସାରକୁ ଭାଙ୍ଗି ଦେଇଥିଲା।

ସମ୍ବନ୍ଧିତ ଖବର