ସୁଲତାନପୁର: ଉତ୍ତରପ୍ରଦେଶ ସୁଲତାନପୁରରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଅଧ୍ୟାପକ ଫୋନ୍ରେ ପଚାରି ପଚାରି ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ଜଣେ କଲେଜ ପ୍ରିନ୍ସପାଲ ଓଏମଆର ସିଟ ନିଜେ ଭରୁ ଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ମାମଲା ସୁଲତାନପୁର ବଡୋଲି ଚୋରାହେରେ ସମିପସ୍ଥିତ ପଣ୍ଡିତ ସତ୍ୟମ ନାରାୟଣ ଦ୍ୱିବେଦୀ ଡିଗ୍ରୀ କଲେଜର। ଗୁରୁବାର ୟୁନିଭର୍ସିଟିରେ ହିନ୍ଦୀ ପରୀକ୍ଷା ଥିଲା। ଏଥିରେ ସ୍କୁଲର ପ୍ରିନ୍ସପାଲ ରାକେଶ ଉପାଧ୍ୟକ୍ଷ ନିଜ ପୁଅ ପାଇଁ ଅଫିସରେ ବସି କାହା ସହିତ ଫୋନ୍ରେ କଥା ହୋଇ କପିି ଲେଖୁଥିବାର ଦେଖିବାକୁ ମିଳୁଛି।
ଶୁକ୍ରବାର ଏହି ଭିଡିଓ ଭାଇରାଲ ହେବା ପରେ ପରୀକ୍ଷା କେନ୍ଦ୍ରରେ ସିସିସିଟିି କ୍ୟାମରା ଲାଗାଇବା ପରେ ବି ଏଭଳି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟ ଏକ ଭିଡିଓ ପ୍ରତାପଗଢ଼ ଡକ୍ଟର ସୁରେନ୍ଦ୍ର ଚନ୍ଦ୍ର ମିଶ୍ରା ମହାବିଦ୍ୟାଳୟର। ଏଠାରେ ଶିକ୍ଷକ ପରୀକ୍ଷା ଶେଷ ପରେ ଜଣେ ଛାତ୍ରଙ୍କଠାରୁ ଏକ ହଜାର ଟଙ୍କା ନେଇ ପ୍ରଶ୍ନ ଖାତାରେ ଉତ୍ତର ଲେଖୁଛନ୍ତି। ଦୁଇଟି ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି।