ପରକୀୟା ପ୍ରୀତି ଓ ସମ୍ପତ୍ତି ପାଇଁ ଶୋଇଥିବା ସ୍ୱାମୀଙ୍କୁ ପ୍ରେମିକ ସହିତ ମିଶି ହତ୍ୟା କଲା ସ୍ତ୍ରୀ

ହାଇଦ୍ରାବାଦ: ସ୍ୱାମୀଙ୍କ ସମ୍ପତ୍ତି ହାତେଇବା ପାଇଁ ତେଲେଙ୍ଗାନାର ଜଣେ ୨୭ ବର୍ଷୀୟା ନର୍ସ ପ୍ରେମିକ ସହିତ ମିଶି ଶୋଇଥିବା ଅବସ୍ଥାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ସ୍ୱାମୀଙ୍କ ଶବକୁ ଜଙ୍ଗଲରେ ଫିଙ୍ଗିି ଦେଇ ପ୍ରେମିକଙ୍କୁ ସ୍ୱାମୀ ଭାବେ ଦୁନିଆ ଆଖିରେ ଜଣାଇବା ପାଇଁ ନର୍ସ ଜଣକ ପ୍ରେମିକଙ୍କ ମୁହଁରେ ଏସିଡ ଢ଼ାଳି ବିକୃତ କରି ଦେଇଛନ୍ତି। ତେବେ ନର୍ସଙ୍କ ଶାଶୁଘର ଲୋକେ ଏପରି ଏକ ଘଟଣା ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ନର୍ସଙ୍କୁ ଗିରଫ କରିବା ସହିତ ଜଙ୍ଗଲରୁ ତାଙ୍କ ସ୍ୱାମୀଙ୍କ ଗଳିତ ମୃତଦେହ ଜବତ କରି ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ମଧ୍ୟ ଗିରଫ କରିବ ବୋଲି କହିଛି।
ନଗରକୁର୍ଣ୍ଣୁଲ ଥାନା ପୁଲିସ ଠାରୁ ପ୍ରକାଶ ଯେ, ଘଟଣାଟି ସମ୍ପୂର୍ଣ୍ଣ ଏକ ଚଳଚିତ୍ର କାହାଣୀ ପରି। ୨୭ ବର୍ଷୀୟା ସ୍ୱାତୀ ନାମକ ଯୁବତୀ ଜଣକ ଜଣେ ନର୍ସ ଭାବେ କାର୍ଯ୍ୟ କରନ୍ତି। ସେ ପ୍ରାୟ ୫ ବର୍ଷ ତଳେ ନଗରକୁର୍ଣ୍ଣୁଲ ଥାନା ଅଞ୍ଚଳର ଷ୍ଟୋନ କ୍ରସରର ମାଲିକ ଏମ ସୁଧାକର ରେଡ୍ଡିଙ୍କୁ ବିବାହ କରିଥଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ କିଛିଦିନ ହେବ ନିଜର ଅସୁସ୍ଥତା ପାଇଁ ସ୍ୱାତୀ ଫିଜିଓଥେରାପି କରିବାକୁ ରାଜେଶ ନାମକ ଜଣେ ଫିଜିଓ ଥେରାପିଷ୍ଟଙ୍କ ପାଖକୁ ଯାଉଥିଲେ। କିଛିଦିନ ମଧ୍ୟରେ ରାଜେଶ ଓ ସ୍ୱାତୀ ପରସ୍ପରକୁ ଭଲ ପାଇଥିଲେ ଓ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।। ମାତ୍ର ସେମାନଙ୍କ ପ୍ରେମ ମଝିରେ କଣ୍ଟା ସାଜିଥିଲେ ସୁଧାକର ରେଡ୍ଡି। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ୱାତୀ ଓ ତାଙ୍କ ପ୍ରେମିକ ରାଜେଶ ଯୋଜନା କରିଥିଲେ। ଯୋଜନା ମୁତାବକ ପ୍ରାୟ ସପ୍ତାହ ତଳେ ସ୍ୱାତୀ ଓ ରାଜେଶ ମିଶି ସୁଧାକର ଶୋଇଥିବା ବେଳେ ସକାଳ ପ୍ରାୟ ୫ଟା ବେଳେ ତାଙ୍କୁ ଏକ ନିଶ୍ଚେତକ ଇଞ୍ଜେକ୍‌ସନ୍‌ ଦେଇଥିଲେ। ପରେ ଉଭୟ ସୁଧାକର ରେଡ୍ଡିଙ୍କୁ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଉଭୟ ମିଶି ମୃତଦେହକୁ ନେଇ ମେହେବୁବନଗରରରେ ଥିବା ଏକ ଜଙ୍ଗଲ ଭିତରେ ଫିଙ୍ଗି ଦେଇ ପଳାଇ ଆସିଥିଲେ। ପରେ ସମ୍ପୃକ୍ତ ନର୍ସ ଓ ତାଙ୍କ ପ୍ରେମିକ ସୁଧାକରଙ୍କ ସମ୍ପତ୍ତି ହଡ଼ପ କରିବା କରିଥିଲେ। ଯୋଜନା ମୁତାବକ ରୋଜଶଙ୍କ ମୁହଁକୁ ବିକୃତ କରି ଦିଆଗଲେ ତାଙ୍କ ପରିବାର ଲୋକେ ଜାଣି ପାରିବେ ନାହିଁ। ତେଣୁ ଉଭୟ ସ୍ୱାମୀସ୍ତ୍ରୀ ଭାବେ ରହିବା ସହିତ ସମ୍ପତ୍ତି ମଧ୍ୟ ଭୋଗ କରିବେ। ଏହି ଯୋଜନା ଅନୁଯାୟୀ, ସ୍ୱାତୀ ରଜେଶଙ୍କ ମୁହଁରେ ଏସିଡ ଢ଼ାଳି ଦେଇଥିଲେ। ପରେ ନିଜ ସମ୍ପର୍କୀୟମାନଙ୍କୁ ଡାକି ସ୍ୱାତୀ କହିଥିଲେ ଯେ ସକାଳ ସକାଳୁ କେହି ଅଜଣା ବ୍ୟକ୍ତି ଘର ଭିତରେ ପଶି ତାଙ୍କ ସ୍ୱାମୀଙ୍କ ମୁହଁରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ରାଜେଶଙ୍କୁ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତୀ କରାଯାଇଥିବା ସୁଧାକରଙ୍କ ସାନଭାଇ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଏତେ ବଡ଼ ଷଡ଼ଯନ୍ତ୍ରର ଗୁମର ଫିଟିଥିଲା।
ନଗରକୁର୍ଣ୍ଣୁଲ ଡିଏସପି ଏ ଲକ୍ଷ୍ମୀ ନାରାୟଣ କହିଛନ୍ତି ଯେ ରାଜେଶର ଘା ଶୁଖିବା ସହିତ ତାଙ୍କୁ ସୁଧାକରଙ୍କ ପରିବାର ସନ୍ଦେହ କରିବା ଆରମ୍ଭ କରିଥିଲେ। ଯେଉଁ ବ୍ୟକ୍ତି ଜଣକ ସୁଧାକରଙ୍କ ନାଁରେ ଚିକିତ୍ସିତ ହେଉଛନ୍ତି, ସିଏ ଯେ ପ୍ରକୃତ ସୁଧାକର ନୁହଁନ୍ତି, ଏ ନେଇ ପରିବାର ଲୋକେ ସନ୍ଦେହ କରିବା ସହିତ ସୁଧାକରଙ୍କ ପତ୍ନୀ ସ୍ୱାତୀଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।
ସନ୍ଦେହ ବଢ଼ିବା ସହିତ ତାଙ୍କୁ ଚିହ୍ନଟ କରିବାକୁ ନକଲି ସୁଧାକର ଓରଫ ରଜେଶଙ୍କୁ ତାଙ୍କ ପରିବାର ଲୋକେ କହିଥିଲେ। ମାତ୍ର ସ୍ୱର ଧରାପଡ଼ିଯିବା ଭୟରେ ସୁଧାକର ପାଟି ନ ଖୋଲିବାକୁ ନିଷ୍ପତ୍ତି ନେଇ କାଗଜରେ ଲେଖି ତାଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଥିଲା। ମାତ୍ର ରାଜେଶ ଯେତେବେଳେ ନିଜ ପରିବାର ଲୋକଙ୍କୁ ଚିହ୍ନି ନ ପାରିଲେ ସେତେବେଳେ ଏହି ସନ୍ଦେହ ବଢ଼ିବାରେ ଲାଗିଲା।ଏ ନେଇ ସେମାନେ ସ୍ୱାତୀ ଓ ନକଲି ସୁଧାକରଙ୍କ ନାମରେ ଥାନାରେ ମାମଲା ରୁଜୁ କଲେ। ପୁଲିସ ସ୍ୱାତୀଙ୍କୁ ପଚରାଉଚରା କରିବାରୁ ସେ ସମସ୍ତ କଥା ମାନିବା ସହିତ ସମ୍ପତ୍ତି ହାତେଇବା ଲାଗି ସ୍ୱୀମୀ ସୁଧାକରଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଓ ପ୍ରେମିକ ରାଜେଶଙ୍କୁ ନକଲି ସୁଧାକର ସଜାଇ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ଉପରେ କବଜା କରବାକୁ ଉଭୟ ଯୋଜନା କରିଥିବା ପୁଲିସ ନିକଟରେ ସ୍ୱୀକାର କରଛନ୍ତି। ଏ ନେଇ ରାଜେଶ ଓ ସ୍ଵାତୀଙ୍କ ନାମରେ ନରହତ୍ୟା ସହିତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର