କେନ୍ଦୁଝର:  ବୋଲେରୋ- ଟ୍ରକ୍‌ ଧକ୍କା, ୨ ମୃତ, ୬ ଗୁରୁତର

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଲି ନିକଟସ୍ଥ ନାରଦପୁର ଠାରେ ଏକ ବୋଲେରୋ ଓ ଟ୍ରକ୍‌ ମଧ୍ୟରେ  ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୬ ଜଣ ଗୁରୁତର  ଭାବେ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବୋଲେରୋଟି ଚମ୍ପୁଆ ଅଭିମୁଖେ ଯାଉଥିିବା ବେଳେ ଟ୍ରକ୍‌ଟି ଚମ୍ପୁଆରୁ ଆସୁଥିବ ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର