ଟାଙ୍ଗୀ: ଟ୍ରଲର ପଛରେ ପିଟିହେଲା କଣ୍ଟେନର, ୨ ମୃତ

ଟାଙ୍ଗୀ(କଟକ): ଆଜି ଭୋର ଭୋରରୁ କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟରାରେ ୨ଜଣଙ୍କର ମୃତ୍ୟୁ ଘଟିଛି। କୁହୁଡ଼ି ଯୋଗୁଁ ଆଗକୁ ଭଲ ଭାବେ ଦେଖି ନ ପାରି ଏକ କଣ୍ଟେନର ଡ୍ରାଇଭର କଣ୍ଟେନରକୁ ନେଇ ଏକ ଟ୍ରଲର ପଛରେ ପିଟି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଓ କଣ୍ଟେନରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥରେ ପ୍ରବଳ କୁହୁଡ଼ି ହୋଇଥିଲା। ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେଉ ନ ଥିଲା।ଏହି ସମୟରେ ଏକ ମାଲ ବୋଝେଇ କଣ୍ଟେନର ଦୃତଗତିରେ ଯାଇ ଟାଙ୍ଗୀ ଥାନା ବନ୍ଦାଳ ନିକଟରେ ଯାଉଥିବା ଏକ ମାଲ ବୋଝେଇ ଟ୍ରଲର ପଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ କଣ୍ଟେନରର ଆଗ ପଟ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିିଲା। ଫଳରେ ଏଥିରେ ଚାପି ହୋଇ କଣ୍ଟେନରର ଡ୍ରାଇଭର ଓ ହେଲ୍‌ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଟାଙ୍ଗୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର