କୋରାପୁଟ: ଅବକାରୀ ବିଭାଗର ଫ୍ଲାଇଂ ସ୍କାର୍ଡର ଚଢାଉ, ଖସିଗଲେ ମାଲିକ , ଧରାପଡିଲେ ମଦ ରନ୍ଧାଳି

ଲକ୍ଷ୍ମୀପୁର: ସାଧାରଣ ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା କରିବା ସକାଶେ ଜିଲ୍ଲାରେ ବେଆଇନ୍‌ ଭାବେ ଚାଲିଥିବା ମଦକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦେଶ ରହିଥିବା ବେଳେ ରବିବାର କୋରାପୁଟ ଅବକାରୀ ବିଭାଗର ଏକ ଫ୍ଲାଇଂ ସ୍କାର୍ଡ ଦଳ ଲକ୍ଷ୍ମୀପୁର ଅବକାରୀ ବିଭାଗ କର୍ମାଚାରୀଙ୍କ ସହାୟତାରେ ଡୁମୁରିପଦର ଅଞ୍ଚଳରେ ଚଢାଉ କରିଥିଲୋ ଡୁମୁରିପଦର ଠାରୁ ଅଳ୍ପ ଦୂରରେ ଥିବା ଜଙ୍ଗଲର ନାଳ ନିକଟରେ ଚୋରାରେ ମହୁଲ ମଦ ରନ୍ଧା ଯାଉଥିବା ସ୍ଥାନରେ ଚଢାଉ କରି ସେଠାରୁ ବିପୁଳ ପରିମାଣରେ ରନ୍ଧାସାମଗ୍ରୀ, ଜାରକିନ୍‌ ଓ ୧୦ ଲିଟର ମଦ ଜବତ କରାଯାଇଛି। ଚଢ଼ାଉ ସମୟରେ ୨ ହଜାରରୁ ଅଧିକ ଲିଟର ମହୁଲ ପୋଚ ଓ ୬୫ ଲିଟର ଦେଶି ବନ୍ଧ ଫୋଫାଡି ନଷ୍ଟ କରିଦିଆଯାଇଥିବା କୋରାପୁଟ ଅବକାରୀ ଇନିସପେକଟର ତେଜରାଜ ଜାନି ସୂଚନା ପ୍ରଦାନ କରିଛନ୍ତିା

ଦେଶି ମଦ ରନ୍ଧା ଯାଉଥିବା ସ୍ଥାନରୁ ଖେତୁ ହିକକା ଓ ଘେନୁ ହିକକା ନାମକ ଦୁଇଜଣ ମଦରନ୍ଧାଳିକୁ ଅବକାରୀ ବିଭାଗର କର୍ମଚାରୀ ମାନେ ଦୌଡି ଯାଉଥିବା ସମୟରେ କାବୁ କରି ଗିରଫ କରିଥିବା ବେଳେ ପ୍ରକୃତରେ ଦେଶି ମଦ କାରବାରରେ ସଂପୃକ୍ତ ଥିବା ମାଲିକମାନେ ଫେରାର୍‌ ହୋଇଯାଇଥିବା ଜଣାପଡିଛିା ଆଗକୁ ମଧ୍ୟ ଏହି ଚଢାଉ ଜାରିରହିବ ବୋଲି ଅବକାରୀ ବିଭାଗ ପ୍ରକାଶ କରିଥିବା ବେଳେ ନିଲାବାଡି ଅଗ୍ନିଗାଙ୍ଗାମା ଯାତ୍ରାକୁ ଦୃଷ୍ଠିରେ ରଖି ସେଠାରେ ମଧ୍ୟ ଅବାଧରେ ମଦକାରବାର ଚାଲିଥିବା ହେତୁ ସେଠାରେ ମଧ୍ୟ ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ କୁହାଯାଇଛିା ଚଢାଉ ସମୟରେ ଲକ୍ଷ୍ମୀପୁର ଅବକାରୀ ଓଆଇସି ଦୟାନନ୍ଦ ସାଉଁନ୍ତା, କୋରାପୁଟ ଫ୍ଲାଇଂସ୍କାର୍ଡ ଓଆଇସି ବିବେକା ନନ୍ଦ ପେରାଇ, ପଟାଙ୍ଗି ଓଆଇସି ସରୋଜ କୁମାର ପଣ୍ଡା, ପ୍ରୋବେସନାଲ୍‌ ଓଆଇସି ଭବାନୀ ଶଙ୍କର ସେଠି ଙ୍କ ସମେତ ଲକ୍ଷ୍ମୀପୁର ଓ କୋରାପୁଟ ଅବକାରୀ କର୍ମଚାରୀ ମାନେ ସାମିଲ୍‌ ହୋଇଥିଲୋ

ସମ୍ବନ୍ଧିତ ଖବର