ରାଉରକେଲା: ତିନି ଡକାୟତ ଗିରଫ; ଅଳଙ୍କାର ଓ ଟଙ୍କା ଉଦ୍ଧାର

ରାଉକେଲା: ତିନି ଜଣ ଡକାୟତଙ୍କୁ ଧରି ତାଙ୍କ ଠାରୁ ତାଙ୍କ ଠାରୁ କିଛି ନଗଦ ଟଙ୍କା ଓ ଅଳଙ୍କାର ଜବତ କରାଯାଇଛି ବୋଲି ଆଜି ପ୍ରେସ୍‌ମିଟ୍‌ରେ କହିଛି ଝିରପାଣି ଥାନା ପୁଲିସ।
ଜୁଲାଇ ୧୧ ତାରିଖରେ ଜଗଦା ଗାଁ’ର ସୁଦୀପ୍ତ ତ୍ରିପାଠୀଙ୍କ ଘରୁ ଡକାୟତମାନେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ଧୀରଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଆଧାର କାର୍ଡ ପାଇଥିଲେ।
ତହାକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଥିଲା। ଜଣାପଡ଼ିଲା ଧୀରଜ ସାହୁ ଉଦିତ ନଗର ଅନ୍ତର୍ଗତ ମାଲଗୋଦାମ ବସ୍ତିରେ ରହେ। ସେଠାରେ ତାକୁ ଧରିବା ପରେ ଡକାୟତିରେ ସମ୍ପୃକ୍ତ ଅନ୍ୟ ୫ ଜଣଙ୍କ କଥା ଜଣାପଡ଼ିଥିଲା। ୬ ଜଣ ଡକାୟତ ବିହାରର ବାସିନ୍ଦା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଗିରଫ କରିବା ସହ ସୁଦୀପ୍ତଙ୍କ ଘରୁ ଲୁଟ୍‌ ହୋଇଥିବା ସମସ୍ତ ଜିନିଷ ଉଦ୍ଧାର କରାଯାଇଛି। ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଅଛନ୍ତି ୨୧ ବର୍ଷିୟ ସରଫରଜ୍‌ ଅନ୍‌ସାରି, ୧୯ ବର୍ଷିୟ ମନ୍‌ଓ୍ଵର୍‌ ଅନ୍‌ସାରୀ ଓ ୧୯ ବର୍ଷିୟ ଧୀରଜ କୁମାର ସାହୁ। ସଫରଜ୍‌ ଓ ମନ୍‌ଓ୍ଵର୍‌ ଲାଠିକଟାରେ ରହୁଥିଲେ।
ବାକି ତିନି ଡକାୟତ ବିହାର ଚାଲି ଯାଇଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର