ଢେଙ୍କାନାଳ/ଓଡ଼ାପଡ଼ା: ଆଜି ଭୋର ଭୋରରୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ନିମବାହାଳି ନିକଟରେ ଏକ କାର ଓ ଟ୍ରକ୍୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ବାପା, ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛିି। ଖବର ପାଇ ମୋଟଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ଭୋର ପ୍ରାୟ ୪ଟା ବେଳେ ଓଡ଼ାପଡ଼ା ବ୍ଲକ୍ ସଦାଶିପବପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ(୫୨) ,ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ(୪୭) ଓ ପୁଅ ସ୍ୱରୁପ ତ୍ରିିପାଠୀ ସେମାନଙ୍କ ଓଆର ୦୨୬୧୯୧ ନମ୍ବର ବିଶିଷ୍ଟ ଅଲଟୋ କାର୍ରେ ତାଳଚେର ଏମସିଏଲକୁ ଯାଉଥିଲେ। ସେଠାରେ ସ୍ୱରୂପ ଚାକିରି କରନ୍ତି। ତେବେ ନିମବାହାଳି ନିକଟରେ ଏକ ଅଜଣା ଟ୍ରକ୍ ସାମନା ପଟୁ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ କାରରେ ଚାପି ହୋଇ ବାପାମାଆ ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ, ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାରରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି।