ବିବାହର ୧୮ବର୍ଷ ପରେ ଅକ୍ଷୟଙ୍କ ଖୁଲାସା, ଟ୍ଵିଙ୍କିଲଙ୍କ ପାଇଁ ଏ ପର୍ଯ୍ୟନ୍ତ କରି ପାରି ନାହାନ୍ତି ଏହି କାମ

ମୁମ୍ବାଇ: ଫିଲ୍ମରୁ ସମୟ ମିଳିଲେ ନିଜ ପରିବାର ସହ ସମୟ କଟାଇବାକୁ ଭଲ ପାଇଥାନ୍ତି ଖିଲାଡି କୁମାର । ଏବେ ସେ ନିଜ ପରିବାର ସହ ଲଣ୍ଡନରେ ରହି ଛୁଟି କଟାଉଥିବା ବେଳେ ସେଠାରେ ସେ ଲେଖକ ଜେଫ୍ରି ଆର୍ଚରଙ୍କୁ ଭେଟିଥିଲେ । ଯାହାର ଫଟୋ ଅକ୍ଷୟ ନିଜ ଇନ୍‌ଷ୍ଟାରେ ସେୟାର କରିବା ସହ ବିବାହର ୧୮ବର୍ଷ ମଧ୍ୟରେ ସେ ଟ୍ଵିଙ୍କିଲଙ୍କ ପାଇଁ କେଉଁ କାମ କରି ପାରି ନାହାନ୍ତି, ତାହା ଜଣାଇଥିଲେ ।

ଫଟୋ ସେୟାର କରି କ୍ୟାପ୍‌ସନରେ, ଗତ ରାତିରେ ଟ୍ଵିଙ୍କିଲ ଖନ୍ନା ନିଜର ଶେଷ ବହି ‘ପୈଜାମା ଆର ଫରଗିଭିଙ୍ଗ୍‌’ର ୧ଲକ୍ଷ କପି ବିକ୍ରି ହେବା ଖୁସି ପାଳନ କରିଥିଲେ । ଏବଂ ମିଷ୍ଟର ଜେଫ୍ରି ଆର୍ଚର ନିଜ ବହି ‘କେନ ଆଣ୍ଡ ଏବଲ’ର ୪୦ତମ ବାର୍ଷିକୀ ପାଳନ କରିଥିଲେ । କିନ୍ତୁ ମୁଁ ଏପଟ ସେପଟ ବୁଲୁଥିଲି । କାରଣ, ନାଁ ମୁଁ ଟ୍ଵିଙ୍କିଲଙ୍କର ନା ଜେଫ୍ରିଙ୍କର କୌଣସି ବହି ପଢ଼ିଛି ବୋଲି ଲେଖିଥିଲେ ଅକ୍ଷୟ ।

ଦୁହେଁ ୨୦୦୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହି ପୋଷ୍ଟରୁ ଅକ୍ଷୟ ଟ୍ଵିଙ୍କିଲଙ୍କ କୌଣସି ବହି ପଢ଼ି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର