ପ୍ରଥମ ବିବାହ ବାର୍ଷିକୀରେ ବିବାହର ପ୍ରଥମ ଆନୁଷ୍ଠାନିକ ଭିଡିଓ ସେୟାର୍‌ କଲେ ଅନୁଷ୍କା

ମୁମ୍ବାଇ: ଇତି ମଧ୍ୟରେ ଏକ ବର୍ଷ ବିତି ଗଲାଣି କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ। ମଙ୍ଗଳବାର ନିଜର ପ୍ରଥବ ବିବାହ ବାର୍ଷିକୀରେ ଅଭିନେତ୍ରୀ ଅନୁଷ୍କା ତାଙ୍କ ବିବାହର ପ୍ରଥମ ଆନୁଷ୍ଠାନିକ ଭିଡିଓକୁ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ସହ ଅନୁଷ୍କା ଲେଖିଛନ୍ତି, ‘ଏହା ସ୍ୱର୍ଗ ପରି ଲାଗେ, ଯେତେବେଳେ ପାର୍‌ ହୋଇ ଯାଉଥିବା ସମୟକୁ ଆମେ ଜାଣିପାରନ୍ତି ନାହିଁ। ତାହା କେବଳ ଜଣେ ଭଲ ବ୍ୟକ୍ତିଙ୍କୁ ବିବାହ କଲେ ହିଁ ହୋଇଥାଏ।’

ଭିଡିଓଟି ହେଉଛି ଗତ ବର୍ଷ ଇଟାଲୀରେ ହୋଇଥିବା ତାଙ୍କ ବିବାହ ବେଳର। ଏଥିରେ ଅଭିନେତ୍ରୀ ଅନୁଷ୍କା କନ୍ୟା ବେଶରେ ନଜର ଆସିଛନ୍ତି। ବଜ ବେଶ ସାଜିିଥିବା ବିରାଟ ଅନୁଷ୍କାଙ୍କ ଓଢ଼ଣା ସଜାଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହାପରେ ବିରାଟ ଅନୁଷ୍କାଙ୍କ ବେକରେ ବରଣମାଳା ପିନ୍ଧାଇବା ସହ ଅନ୍ୟାନ୍ୟ ବିବାହ ରୀତିରେ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶେରେ ବିବାହ ଅନୁଷ୍କାଙ୍କ ଗାଲରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର