ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ପଳାୟନ ନିମନ୍ତେ ତିନୋଟି ଯୋଜନା କରିଥିବା ହେଡ୍‌ କନେଷ୍ଟବଳ

ଚଣ୍ଡିଗଡ଼: ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ଖସି ପଳାଇ ଯିବା ନିମନ୍ତେ କରାଯାଇଥିବା ଯୋଜନାର ବୁଝାବୁଝା କରୁଥିଲେ ତାଙ୍କର ଗ୍ୟାଙ୍ଗ୍‌। ଖସିଯିବା ସମୟରେ ପୁଲିସ ହାବୁଡ଼ରୁ ବର୍ତ୍ତିବା ନିମନ୍ତେ ସେମାନେ ପୁଲିସର ବେତାର ସଙ୍କେତକୁ ମଧ୍ୟ ଅଚଳ କରି ଦେଇଥିଲେ ବୋଲି ଜଣାପଡ଼ିଛି।

ପଳାୟନ ଯୋଜନାକୁ ନିଶ୍ଚିତ ସଫଳ କରାଇବା ପାଇଁ ଡେରା ଗ୍ୟାଙ୍ଗ୍‌ ଚଣ୍ଡିଗଡ଼ ପୁଲିସର ହେଡ୍‌ କନେଷ୍ଟବଳ ଲାଲ୍‌ ଚାନ୍ଦଙ୍କୁ ପ୍ରଲୋଭିତ କରାଇ ନିଜ ପଟିଆ କରିଥିଲେ। ଲାଲ୍‌ଚାନ୍ଦା ଡେରାର ଜଣେ ଦୃଢ଼ ସମର୍ଥକ ଥିବାରୁ ତାଙ୍କୁ ଫସାଇବା ସହଜ ହୋଇପାରି ଥିଲା। ତାଙ୍କୁ ଦୁଇଟି ଗୁରୁଭାର ଦିଆଯାଇଥିଲା। ପ୍ରଥମତଃ, ମେସେଜ୍‌ ଆଦି ଜାଣିବାକୁ ପୁଲିସ୍‌ର ବେତାର ତରଙ୍ଗ ସହ ଡେରା ବେତାର ସେଟ୍‌କୁ ଟ୍ୟୁନ୍‌ କରିବା। ଦ୍ୱିତୀୟତଃ, ତାଙ୍କର ପରିଚିତି ଏବଂ ସୂଚନା ବ୍ୟବହାର କରି ଗୁରମୀତ୍‌ ରାମ୍‌ ରହିମ୍‌ଙ୍କୁ ପୁଲିସ ହାଜତରୁ ମୁକ୍ତ କରିବ। ନିଜେ ଜଣେ ପୁଲିସ ହୋଇଥିବାରୁ ଲାଲ୍‌ ଚାନ୍ଦ ହାଇ ସିକ୍ୟୁରିଟି ଜୋନ୍‌ ମଧ୍ୟକୁ ପ୍ରବେଶ କଲେ ମଧ୍ୟ ତାଙ୍କୁ କେହି ସନ୍ଦେହ କରି ନ ଥିଲେ।

Photo Courtesy of The Financial Express

ପୁଲିସ ସୂତ୍ରରୁ ପ୍ରକାଶ ଯେ, ହରିୟାନ୍‌ ପୁଲିସ ବେତାର ତରଙ୍ଗ ସହ ସେ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ କମାଣ୍ଡୋମାନଙ୍କ ଓ୍ଵାୟାର୍‌ଲେସ୍‌ ସେଟ୍‌ଗୁଡ଼ିକୁ ଟ୍ୟୁନ୍‌ କରାଇଥିଲେ। ଜାମର୍‌ ଯାନରେ ବସିଥିବା କମାଣ୍ଡୋମାନେ ତିନି ହରିୟାନା ପୁଲିସ୍‌ ବେତାର କେନ୍ଦ୍ରରେ ବିନିମୟ କରାଯାଉଥିବା ସବୁ ଓ୍ଵାୟାର୍‌ଲେସ୍‌ ମେସେଜ୍‌ ଶୁଣୁଥିଲେ।

ତଦନ୍ତବେଳେ ପଞ୍ଚକୁଳା ପୁଲିସ ଡେରାଗୁଣ୍ଡାଙ୍କ ଅଧିକୃତ ଏକ ଓ୍ଵାୟାର୍‌ଲେସ୍‌ ସେଟ୍‌ ଉଦ୍ଧାର କରିଛି। ପଞ୍ଚକୁଳାରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ କରି ଡେରା ଗ୍ୟାଙ୍ଗ୍‌ ଓ୍ଵାୟାର୍‌ଲେସ୍‌ ରେଡିଓ ଯନ୍ତ୍ରପାତି ବ୍ୟବହାର କରୁଥିଲେ।

Photo Courtesy of Times Now News

ଅଧିକାରୀଙ୍କ ବିନା ଆଦେଶରେ ଅଗଷ୍ଟ ୨୫ ତାରିଖ ଦିନ ଲାଲ୍‌ ଚାନ୍ଦ୍‌ ପଞ୍ଚକୁଳାସ୍ଥିତ ସବିଆଇ ସ୍ପେସାଲ୍‌ କୋର୍ଟ ବାହାରେ ଉପସ୍ଥିତ ରହିଥିଲେ। ତାଙ୍କୁ ସୋମବାର ଦିନ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି।

ହରିୟାନା ପୁଲିସ ହାଜତରୁ ଗୁରମୀତ ରାମ୍‌ ରହିମଙ୍କୁ ଖସାଇ ନେବା ନିମନ୍ତେ ତିନି ଥର ଉଦ୍ୟମ କରିଥିବା କଥା ଲାଲ୍‌ ଚାନ୍ଦ୍‌ ପଞ୍ଚକୁଳା ପୁଲିସକୁ କହିଛି।

ପ୍ଲାନ୍‌ ‘ଏ’: ଲାଲ୍‌ ଚାନ୍ଦଙ୍କ ସମେତ ଡେରା ଗ୍ୟାଙ୍ଗ୍‌ କରିଥିବା ଯୋଜନା ମୁତାବକ ଗୁରମୀତ୍‌ ରାମ୍‌ ରହିମ୍‌ ଡେରା ସଚ୍ଚା ସୌଦାର ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ପଶିଥିଲେ।

Photo Courtesy of NDTV

ଗୁରମୀତ୍‌ ରାମ୍‌ ରହିମ୍‌ ସିବିଆଇ ସ୍ପେସାଲ୍‌ କୋର୍ଟରୁ ବାହାରିବା କ୍ଷଣି ତାଙ୍କ କମାଣ୍ଡୋ ଏବଂ ଲାଲ୍‌ ଚାନ୍ଦ୍‌ ତାଙ୍କୁ ଗୁଳି ନିରୋଧକ ଗାଡ଼ି ମଧ୍ୟକୁ ଅଡ଼େଇ ନେଇଥିଲେ। କିନ୍ତୁ, ସାଥିରେ ଥିବା ରହିୟାନା ପୁଲିସ ଗୁରମୀତ ରାମ୍‌ ରହିମ୍‌ଙ୍କୁ ଡେରା ଗାଡ଼ିରେ ଚଢ଼ିବାକୁ ଅନୁମତି ଦେଇ ନ ଥିଲେ।
ଯୋଜନା ଅନୁସାରେ ସମ୍ଭବତଃ ଗୁଳି ନିରୋଧକ ଗାଡ଼ି ତାଙ୍କୁ ପ୍ରଥମେ ଚଣ୍ଡିଗଡ଼କୁ ନେଇ ଥାଆନ୍ତା। ପରେ ସେ ହିମାଚଳ ପ୍ରଦେଶର କୌଣସି ଏକ ସ୍ଥାନରେ ଆତ୍ମ ଗୋପନ କରି ଥାଆନ୍ତେ।

ପ୍ଲାନ୍‌ ‘ଏ’ ବିଫଳ ହେବାକ୍ଷଣି ଲାଲ୍‌ ଚାନ୍ଦ୍‌ ପ୍ଲାନ୍‌ ‘ବି’ ଆରମ୍ଭ କରି ରାମ୍‌ ରହିମ୍‌ଙ୍କ କମାଣ୍ଡୋମାନଙ୍କୁ କହିଥିଲେ କି, ପୁଲସି ଗାଡ଼ିରେ ରାମ୍‌ ରହିମ୍‌ଙ୍କୁ ସ୍ଥାନୀୟ ହେଲିପ୍ୟାଡ୍‌କୁ ନିଆଯାଉଥିବା ଗାଡ଼ିରେ ବସନ୍ତୁ। କିନ୍ତୁ, ସେ ଗାଡ଼ିରେ କମାଣ୍ଡୋମାନଙ୍କୁ ବସିବା ନିମନ୍ତେ ଅନୁମତି ନ ମିଳିବାରୁ ପ୍ଲାନ୍‌ ‘ବି’ ବିଫଳ ହୋଇଥିଲା।

Photo Courtesy of Yahoo News India

ଉପରୋକ୍ତ ଯୋଜନା ଦୁଇଟି ବିଫଳ ହେବାରୁ ରାମ୍‌ ରହିମ୍‌ଙ୍କୁ ଖସାଇ ନେବାକୁ ପ୍ଲାନ୍‌ ‘ସି’ ଆରମ୍ଭ କରି ସେ ଏକ ଗୁଳି ନିରୋଧକ କାର୍‌ରେ େଓ୍ଵଷ୍ଟର୍ଣ୍ଣ କମାଣ୍ଡ୍‌ ଯାଏଁ ଅନୁସରଣ କରିଥିଲେ। କିନ୍ତୁ, ଏହି ଯୋଜନା ମଧ୍ୟ ସଫଳ ହୋଇ ପାରି ନ ଥିଲା।

ମଙ୍ଗଳବାର ଦିନ ଲାଲ୍‌ ଚାନ୍ଦଙ୍କୁ କୋର୍ଟ ହାଜର କରାଯାଇ ଦୁଇ ଦିନିଆ ରିମାଣ୍ଡ୍‌ରେ ପୁଲିସ ହାଜତକୁ ଅଣା ଯାଇଛି।

 

ସମ୍ବନ୍ଧିତ ଖବର