ବିଜେପି ଓ ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଭାରତ ଫେରିବି ନାହିଁ : ଜାକିର ନାଏକ

ନୂଆଦିଲ୍ଲୀ : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ କହିଛି ଯେ ଭାରତରେ ବିଜେପି ଓ ମୋଦିଙ୍କ ଶାସନ ଥିବା ପର୍ଯ୍ୟନ୍ତ ସେ ଫେରିବ ନାହିଁ । କାରଣ ଏହି ଦଳ ଶାସନରେ ଥିବା ପର୍ଯ୍ୟନ୍ତ ତାକୁ ଉପଯୁକ୍ତ ନ୍ୟାୟ ମିଳିବ ନାହିଁ ବୋଲି ସେ ଦ ଓ୍ଵିକ ପତ୍ରିକାକୁ ଏକ ସାକ୍ଷାତକାର ଦେଇ କହିଛି । ସେ କହିଛି ମୋଦି ହେଉଛନ୍ତି ଭାରତର ୧ନମ୍ବର ଅପରାଧୀ । ଗୁଗୁଲ ସର୍ଚ୍ଚ ଇଂଜିନ ବି ଏହା ଦେଖାଉଛି । କିନ୍ତୁ ଗୁଗୁଲରେ ଜାକିର ନାଏକ ମାରିଲେ ତାହା ଜଣେ ଆତଙ୍କବାଦୀ ବୋଲି ଦେଖାଉନାହିଁ ।

୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା । ଏନଆଇଏ ପକ୍ଷରୁ ଦାଏର ଚାର୍ଜସିଟ୍ରେ କୁହାଯାଇଥିଲା ଯେ ଜାକିର ନାଏକ ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି । ତାହାର ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ଅନେକ ଯୁବକ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ଅଭିଯୋଗରେ ତା ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି ।

ସମ୍ବନ୍ଧିତ ଖବର