ଟାଇଟାନିକ୍‌ର ୨୪ ବର୍ଷ ପୂର୍ବରୁ ଭାରତରେ ମଧ୍ୟ ଘଟିଥିଲା ଏକ ଅନୁରୂପ ଦୁର୍ଘଟଣା; ଏସ୍‌ଏସ୍‌ ବୈତରଣ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ ୧୩୦୦!

ତେବେ ଏସ୍‌ଏସ୍‌ ବୈତରଣ ହୋଇପାରି ନଥିଲା ଟାଇଟାନିକ୍‌ ପରି ଚର୍ଚ୍ଚିତ

ମୁମ୍ବାଇ: ଜଳଜାହଜ ଟାଇଟାନିକ୍‌ର ଦୁର୍ଘଟଣାକୁ ବିଂଶ  ଶତାଦ୍ଦୀରେ ସମଗ୍ର ବିଶ୍ୱରେ ଏକ ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ବିବେଚନା କରାଯାଇଥାଏ। ୧୫ ଅପ୍ରେଲ ୧୯୧୨ରେ ଘଟିଥିବା ଏହି ଦୁର୍ଘଟଣାରେ ସହସ୍ରାଧିକ ବ୍ୟକ୍ତି ନିଜର ଜୀବନ ହରାଇଥିଲେ। ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଘଟିଥିବା ଏହି ଭୟାବହ ଦୁର୍ଘଟଣା ଏବେ ବି ଜନମାନସରେ ସତେଜ ଓ ସଜୀବ ହୋଇ ରହିଛି ହଲିଉଡ୍‌ର ଖ୍ୟାତନାମା ନିର୍ମାତା ଜେମସ୍‌ କାମରୁନ୍‌ଙ୍କ ଦ୍ୱାରା ନିର୍ମିତ ’ଟାଇଟାନିକ୍‌’ ଚଳଚ୍ଚିତ୍ର ପାଇଁ।

ଆମେ ସମସ୍ତେ ଟାଇଟାନିକ୍‌କୁ ନେଇ ଅନେକ ଭାବପ୍ରବଣ ଓ ଅନେକ ଆଲୋଚନା କରୁଥିବା ବେଳେ ଆମ ଭିତରୁ ଟାଇଟାନକ୍‌ ଦୁର୍ଘଟଣାର ଦୀର୍ଘ ୨୪ ବର୍ଷ ପୂର୍ବରୁ ଆମ ଦେଶ ଭାରତରେ ମଧ୍ୟ ଘଟିଥିଲା ଟାଇଟାନିକ୍‌ ସଦୃଶ ଏକ ସମାନ ଧରଣର ଦୁର୍ଘଟଣା। ହଁ! ଶୁଣିବାକୁ ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ଏହା ସତ୍ୟ। ୮ ନଭେମ୍ବର ୧୮୮୮ରେ ଘଟିଥିଲା ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ହେବା ପରେ ବମ୍ବେ ଉପକୂଳରେ ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିଲା ବାଷ୍ପଚାଳିତ ଚାଳିତ ଜାହଜ ବିଜ୍‌ଲୀ ବା ଏସ୍‌ଏସ୍‌ ବୈତରଣ। ସେ ସମୟରେ ଯଦିଓ ଏହି ଜାହଜରେ ସବାର ଥିବା ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ଆଉ ସଂଖ୍ୟାଧିକ ଥିଲେ ଭାରତୀୟ ତଥାପି ଏ ଦୁର୍ଘଟଣାଟି ଏତେ ଚର୍ଚ୍ଚିତ ଓ ଆଲୋଚିତ ହୋଇ ପାରି ନଥିଲା। କାରଣ, ସେତେବେଳେ ଏକ ବ୍ରିଟିଶ ଔପନିବେଶ ଭାବେ ଶାସିତ ହେଉଥିଲା ଭାରତ।

ସେଥିପାଇଁ ଏ ଦୁର୍ଘଟଣା ସଂପର୍କରେ ସବିଶେଷ ତଥ୍ୟ ଉପଲବ୍ଧ ନଥିଲେ ସୁଦ୍ଧା ଯେଉଁ ତଥ୍ୟ ମିଳିଛି, ସେଥିରୁ ଜଣାଯାଏ ସ୍କଟଲାଣ୍ଡର ଗ୍ରାନ୍‌ଜେମାଉଥ୍‌ ଡକ୍‌ୟାର୍ଡ କମ୍ପାନି ଦ୍ୱାରା ନିର୍ମିତ ହେବା ପରେ ୧୮୮୫ରୁ ତାହାର ଯାତ୍ରା ଆରମ୍ଭ କରିଥିଲା। ଏହି ଜାହାଜଟିକୁ କିଣିଥିଲେ ବମ୍ବେ ନିକଟସ୍ଥ ଦହିସାର ଜମିଦାରୀର ଜମିଦାର ହାଜି କସମ୍‌ ଏବଂ ବମ୍ବେର ଉତ୍ତରରେ ପ୍ରବାହିତ ହେଉଥିବା ଏକ ନଦୀ ବୈତରଣ ଅନୁଯାୟୀ ଏହାର ନାମକରଣ କରିଥିଲେ। ତେବେ, ସ୍ଥାନୀୟ ଲୋକଙ୍କ ପାଇଁ ଏହା ବିଜ୍‌ଲୀ ନାମରେ ପରିଚିତ ଥିଲା। ତେବେ, ଟାଇଟାନିକ୍‌ ପରି ଏକ ବିଳାସପୂର୍ଣ୍ଣ ଜାହଜ ନଥିଲା ବିଜ୍‌ଲୀ। ଏହା ମାଲପରିହନ ଓ ସାଧାରଣ ସ୍ତରର ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେବେ, ସେ ସମୟରେ ଏ ଜାହଜରେ ବିଜୁଳିର ବ୍ୟବସ୍ଥା ଥିବାରୁ ଲୋକମୁଖରେ ଏହା ବିଜ୍‌ଲୀ ନାମରେ ପରିଚିତ ଥିଲା। ଏବଂ ଏହା କୁଚ୍‌ର ମାଣ୍ଡଭି ବନ୍ଦରରୁ ବମ୍ବେ ବନ୍ଦର ମଧ୍ୟରେ ଯାତାୟାତ କରୁଥିଲା।

୮ ନଭେମ୍ବର ୧୯୮୮ରେ ୫୨୦ ଜଣ ଯାତ୍ରୀଙ୍କୁ ଧରି ବୈତରଣ ମାଣ୍ଡଭି ବନ୍ଦର ଛାଡ଼ିଥିଲା। ପରେ ଦ୍ୱାରକା ବନ୍ଦରରୁ ଏହି ଜାହାଜରେ ଉଠିଥିଲେ ୧୩ଟି ବରଯାତ୍ରୀ ଦଳ। ଏମାନଙ୍କ ବ୍ୟତୀତ ଆହୁରି ଶତାଧିକ ଛାତ୍ର ଏଥିରେ ସବାର ହୋଇ ବମ୍ବେ ଅଭିମୁଖେ ଆସୁଥିଲେ ପରୀକ୍ଷା ଦେବାକୁ। ପରେ ପୋର ବନ୍ଦରରୁ ଆଉ କିଛି ଯାତ୍ରୀ ଉଠିବା ପରେ ଜାହାଜଟି ଯାତ୍ରା ଆରମ୍ଭ କରିଥିଲା ବମ୍ବେ ଅଭିମୁଖେ। ଜାହାଜଟିରେ ୪୩ ଜଣ ଜାହଜ କର୍ମଚାରୀଙ୍କୁ ମିଶାଇ ଥିଲେ ୧୩୦୦ ଜଣ। ତେବେ, ସନ୍ଧ୍ୟାରେ ଜାହାଜଟି ପୋର ବନ୍ଦର ଛାଡ଼ିବା ପରେ ରାତିରେ ସମୁଦ୍ର ଭିତରେ ପାଗ ଖରାପ ହୋଇ ପଡ଼ିଥଲା। ଏବଂ ସମୁଦ୍ର ଭିତରେ ବୈତରଣ ସାମୁଦ୍ରିକ ଝଡ଼ର ସାମନା କରି ନପାରି ପୁଡ଼ି ଯାଇଥିଲା ଏବଂ ଏହି ଜାହଜ ସହ ସମୁଦ୍ର ଭିତରେ ସଲୀଳ ସମାଧି ନେଇଥିଲେ ଏଥିରେ ସବାର ଥିବା ୧୩୦୦ ଯାତ୍ରୀ ଓ କର୍ମଚାରୀ।

ସମ୍ବନ୍ଧିତ ଖବର