ଶାହାରୁଖ ଖାଁ’ଙ୍କ ବେଆଇନ କ୍ୟାଣ୍ଟିନ୍‌ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ଗୁରୁବାର ଦିନ ବିଏମ୍‌ସି ପଶ୍ଚିମ ମାଲାଡ୍‌ସ୍ଥିତ ଅଭିନେତା ଶାହାରୁଖ ଖାଁ’ଙ୍କର ପ୍ରଡକ୍‌ସନ୍‌ ହାଉସ୍‌ ‘ରେଡ୍‌ ଚିଲିଜ୍‌’ର ବେଆଇନ୍‌ କ୍ୟାଣ୍ଟିନ୍‌କୁ ଭାଙ୍ଗି ଧୂଳିସାତ କରିଦେଇଛି।

ବିଏମ୍‌ସି ଅଧିକାରୀ କହିଛନ୍ତି ଯେ ତାଙ୍କ ଅଫିସ୍‌ ପାର୍ଶ୍ୱରେ ଥିବା ଏକ ଖୋଲା ଟେରାସ୍‌କୁ ଘେରାଇ ଏକ କ୍ୟାଣ୍ଟିନ୍‌ କରିଥିଲେ। ସେଥିରେ ନିଅାଁ ଲାଗିଯିବାର ଡର ଥିଲା।

ଖାଁ’ ଏବଂ ତାଙ୍କ ପତ୍ନୀ ଗୌରୀ ରେଡ୍‌ ଚିଲିଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ପିଭିଟି ଲିମିଟେଡ୍‌ର ସତ୍ତ୍ୱାଧିକାରୀ। ପୋଷ୍ଟ୍‍-ପ୍ରଡକ୍‌ସନ୍‌ କାମ ନିମନ୍ତେ ସେମାନେ ମାଲାଡ୍‌ ଅନ୍ତର୍ଗତ ସୁନ୍ଦର ନଗରଠାରେ ଥିବା ଡିଏଲ୍‌ଏଚ୍‌ ପାର୍କ ବିଲ୍‌ଡିଙ୍ଗ୍‌ର ୧୬ ତାଲା କୋଠାର ଚତୁର୍ଥ ତାଲାଟିକୁ ସମ୍ପୂର୍ଣ୍ଣ ଖରିଦ କରିଥିଲେ। ନିଜର କର୍ମଚାରୀ ଏବଂ ଅଫିସ୍‌କୁ ଆସୁଥିବା ଲୋକଙ୍କ ନିମନ୍ତେ ଚତୁର୍ଥ ମହଲାକୁ ଲାଗିଥିବା ୨୦୦୦ ବର୍ଗ ଫୁଟ୍‌ର ଟେରାସ୍‌କୁ ଖାଁ’ ଏକ କ୍ୟାଣ୍ଟିନ୍‌ରେ ପରିଣତ କରିଥିଲେ। ତାଙ୍କ ଅଫିସ୍‌ରେ ପ୍ରାୟ ୩୧୬ ଜଣ କର୍ମଚାରୀ କାର୍ଯ୍ୟ କରନ୍ତି।

ବିଏମ୍‌ସି ନିଜର କାମ କରୁଛି ବୋଲି ପ୍ରଚାର କରାଇବାକୁ କେବଳ ସେଲିବ୍ରେଟିମାନଙ୍କୁ ନିଶାଣ କରିଛି। କିନ୍ତୁ, ବାସ୍ତବରେ ଥରକୁ ଥର ଆପତ୍ତି କରିବା ବ୍ୟତିରେକେ ସେମାନେ ନିୟମର ଘୋର ଉଲ୍ଲଂଘନ କରିଥିବା ଅନ୍ୟାନ୍ୟ ବହୁ ପ୍ରତିଷ୍ଠାନ ଏବଂ ସମାଜ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ରେଡ୍‌ ଚିଲିଜ୍‌ର ମୁଖପାତ୍ରଙ୍କ କହିବା ଅନୁସାରେ, ରେଡ୍‌ ଚିଲିଜ୍‌ ଭିଏଫ୍‌ଏକ୍ସ୍‌ ଜଣେ ଲିଜ୍‌ଧାରୀ, ଉଲ୍ଲିଖିତ ସମ୍ପତ୍ତିର ମାଲିକ ନୁହେଁ। କୋଠା ବାହାରେ ଥିବା ଏକ ଫାଙ୍କା ସ୍ଥାନରେ ବସି କର୍ମଚାରୀମାନେ ଘରୁ ଆଣିଥିବା ଖାଦ୍ୟ ଖାଅପିଅ କରନ୍ତି। ଏହା ବାସ୍ତବରେ ଏକ କ୍ୟାଣ୍ଟିନ୍‌ ନୁହେଁ। ସେ ଯାହାହେଉ, ବୁଝାମଣା ଅଭାବରୁ ବିଏମ୍‌ସି ଭାଙ୍ଗି ପକାଇଥିବା ଅଂଶଟି ହେଉଛି ସମଗ୍ର ଭିଏଫ୍‌ଏକ୍ସ୍‍କୁ ପ୍ରଦୂଷଣ ରହିତ ଶକ୍ତି ଯୋଗାଉଥିବା ଏବଂ ବିଜୁଳି ଶକ୍ତି ବଞ୍ଚାଉ ଥିବା ସୋଲାର୍‌ ପାନେଲ୍‌ ଲାଗିଥିବା ସ୍ଥାନ। ଏ ପ୍ରସଙ୍ଗକୁ ରେଡ୍‌ ଚିଲିଜ୍‌ ଭିଏଫ୍‌ଏକ୍ସ୍‍ ବିଏମ୍‌ସିର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ନେବ।

ସହକାରୀ ମ୍ୟୁନିସ୍‌ପାଲ୍‌ କମିସନର୍‌ ଏବଂ ଓ୍ଵାର୍ଡ ଅଫିସର୍‌ ଚନ୍ଦା ଯାଦବ କହନ୍ତି: ଟେରାସ୍‌ଟି ଆକାଶକୁ ଉନ୍ମୁକ୍ତ ରହିବା ଆବଶ୍ୟକ। କିନ୍ତୁ, ସେମାନେ ଏହାକୁ ବ୍ୟବହାର ଉପଯୋଗୀ ଅଞ୍ଚଳ ଭାବେ ପରିବର୍ତ୍ତନ କରିଥିଲେ। ସେମାନେ ଟେରାସ୍‌ଟିକୁ ଘୋଡ଼ାଇ ଦେଇଥିଲେ। ତାହା ଏଫ୍‌ଏସ୍‌ଆଇ ନିୟମ ଏବଂ ଅଗ୍ନି ନିରାପତ୍ତା ନୀତିକୁ ଉଲ୍ଲଂଘନ କରୁଥିଲା।

ଅତୀତରେ ଅନ୍ୟ କେତେକ ସେଲିବ୍ରେଟିଙ୍କ ବିରୋଧରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟ ଅତୀତରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବଂ ସୋନୁ ସୁଦ୍‌ଙ୍କ ନିକଟକୁ ଡିମୋଲିସନ୍‌ ନୋଟିସ୍‌ ପଠାଯାଇଛି। ସେମାନେ ଯଥାକ୍ରମେ ସେମାନଙ୍କ ବଙ୍ଗଳା ଏବଂ ରେସ୍ତୋଁରାର ବେଆଇନ ପରିବର୍ତ୍ତନ କରିଛନ୍ତି। ବେଆଇନ ପରିବର୍ତ୍ତନକୁ ନିୟମିତ କରିବା ସକାଶ ମୁଖାର୍ଜୀଙ୍କ ଦରଖାସ୍ତ ସିଭିକ୍‌ ଅଥରିଟିଙ୍କ ବିଲ୍‌ଡିଙ୍ଗ୍‌ ପ୍ରପୋଜାଲ୍‌ ବିଭାଗରେ ପଡ଼ି ରହିଥିବାବେଳେ ସୂଦ୍‌ ଘରଭଙ୍ଗା ବିରୋଧରେ ଅଦାଲତରୁ ରହିତାଦେଶ ପାଇଛନ୍ତି।

ଜଣେ ସାମାଜିକ କର୍ମୀ କହିଛନ୍ତି ଯେ ବିଏମ୍‌ସି ନିଜର କାମ କରୁଛି ବୋଲି ପ୍ରଚାର କରାଇବାକୁ କେବଳ ସେଲିବ୍ରେଟିମାନଙ୍କୁ ନିଶାଣ କରିଛି। କିନ୍ତୁ, ବାସ୍ତବରେ ଥରକୁ ଥର ଆପତ୍ତି କରିବା ବ୍ୟତିରେକେ ସେମାନେ ନିୟମର ଘୋର ଉଲ୍ଲଂଘନ କରିଥିବା ଅନ୍ୟାନ୍ୟ ବହୁ ପ୍ରତିଷ୍ଠାନ ଏବଂ ସମାଜ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

କିନ୍ତୁ, ପୌର ଅଧିକାରୀମାନେ ଏ ଅଭିଯୋଗକୁ ଅଗ୍ରାହ୍ୟ କରି କହିଛନ୍ତି ଯେ ବାସ୍ତବ ଘଟଣାର ତର୍ଜମା କରିବା ପରେ ସେମାନେ ଅଭିଯୋଗ ଆଧାରରେ କାର୍ଯ୍ୟ କରନ୍ତି।

ରହିତାଦେଶ ନିମନ୍ତେ ଖାଁ’ ଅଦାଲତକୁ ଯାଇଥିଲେ ମଧ୍ୟ ସେଥିରେ ଅସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର