କୁମ୍ଭମେଳାରେ ଅଘଟଣ : ପ୍ରୟାଗରାଜ ସଙ୍ଗମସ୍ଥଳରେ ଓଲଟିଲା ଡଙ୍ଗା, ୧୨ ଯାତ୍ରୀ ଉଦ୍ଧାର

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଏକ ବଡ ଦୁର୍ଘଟଣା ଘଟିଛି । ଶନିବାର ସକାଳେ ସଙ୍ଗମରେ ଶ୍ରଦ୍ଧାଳୁଙ୍କୁ .ନେଇ ଯାଉଥିବା ଏକ ଡଙ୍ଗା ବୁଡିଯାଇଥିବାର ଖବର ଆସିଛି । ସୂଚନାଯୋଗ୍ୟ,ଏହି ଡଙ୍ଗାରେ ୧୨ଜଣ  ଯାତ୍ରା କରୁଥିଲେ । ସଙ୍ଗମରେ ଡଙ୍ଗା ବୁଡିବାର ସୂଚନା ମିଳିବା ପରେ ଏନଡିଆରଏଫ୍ ଓ ବୁଡାଳିଙ୍କ ଏକ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଉଦ୍ଧାରକାରୀ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟ ସଚିବ ଅବନୀଶ କୁମାର ଅବସ୍ତି କହିଛନ୍ତି କି, ଡଙ୍ଗାଟି  ଓଲଟି ପଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀଙ୍କୁ ଏନଡିଆରଏଫ୍ କର୍ମୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି ।

ସମ୍ବନ୍ଧିତ ଖବର