ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି : ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନାମ ସୁପାରିସ କଲେ ମୁଖ୍ୟବିଚାରପତି ଜଷ୍ଟିସ ଦୀପକ ମିଶ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ସର୍ବବରିଷ୍ଠ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ସୁପ୍ରିମ୍‌କୋର୍ଟ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସୁପାରିସ କରିଛନ୍ତି । ଆଜି ଜଷ୍ଟିସ ମିଶ୍ର କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଗୋଗେଇଙ୍କୁ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ସୁପାରିସ ଅନୁଯାୟୀ, ରାଷ୍ଟ୍ରପତି ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ନିଯୁକ୍ତି ଦେବେ।

ସୂଚନାଯୋଗ୍ୟ ଯେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଦିନ ଅବସର ନେବେ। ତେବେ ଦୀର୍ଘଦିନରୁ ଚଳି ଆସିଥିବା ପରମ୍ପରାକୁ ସମ୍ମାନ ଜଣାଇ ଜଷ୍ଟିସ ମିଶ୍ର ସୁପ୍ରିମକୋର୍ଟର ସର୍ବ ବରିଷ୍ଠ ବିଚାରପତି ଜଷ୍ଟିସ ଗୋଗେଇଙ୍କ ନାମକୁ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିଛନ୍ତି। ତେଣୁ ଅକ୍ଟୋବର ୩ ତାରିଖ ଦିନ ଜଷ୍ଟିସ ଗୋଗେଇ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବା ପ୍ରାୟତଃ ସ୍ପଷ୍ଟ ହୋଇଛି।

ଯେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ମାମଲା ବଣ୍ଟନ ନେଇ ବରିଷ୍ଠ ବିଚାରପତିମାନଙ୍କ ପ୍ରତି ଅବହେଳା କରାଯାଉଥିବା ନେଇ ଯେଉଁ ୪ ଜଣ ବିଚାରପତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଆକ୍ଷେପ କରି ଗଣମାଧ୍ୟମ ଆଗରେ ବିବୃତ୍ତି ରଖିଥିଲେ, ସେମାନଙ୍କ ମଧ୍ୟରେ ଜଷ୍ଟିସ ରଞ୍ଜନ ଗୋଗେଇ ଅନ୍ୟତମ।

ସମ୍ବନ୍ଧିତ ଖବର