ରାଞ୍ଚି: ପ୍ରୋଭିଜ୍ନାଲ୍ ବେଲ୍ ଅବଧି ଶେଷ ହେବା ପରେ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗୁରୁବାର ଦିନ ଝାଡ଼ଖଣ୍ଡର ରାଞ୍ଚି ଠାରେ ସିବିଆଇ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗିରଫ ପୂର୍ବରୁ ଯାଦବ କହିଛନ୍ତି: ସିବିଆଇ କୋର୍ଟଙ୍କ ନିଷ୍ପତ୍ତି ଉପରେ ତାଙ୍କର ବିଶ୍ୱାସ ରହିଛି।
ଗତକାଲି ପାଟଣାରୁ ଆସି ରାଞ୍ଚିରେ ପହଞ୍ଚିଥିବା ଆର୍ଜେଡି ମୁଖ୍ୟଙ୍କୁ ଅଗଷ୍ଟ ୩୦ ତାରିଖ ସୁଦ୍ଧା ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ। ଅଧିକ ଦିନ ଜାମିନ ମଞ୍ଜୁର କରିବାକୁ ଲାଲୁଙ୍କ ଜାମିନ ଆବେଦନକୁ ଅଗଷ୍ଟ ୨୪ ତାରିଖ ଦିନ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।
ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଗତ ଡିସେମ୍ବର ମାସରେ ଜେଲ୍ ଯିବା ପରେ ଲାଲୁ ଅଧିକାଂଶ ସମୟ ରାଞ୍ଚିସ୍ଥିତ ଆର୍ଆଇଏମ୍ଏସ୍ ହସ୍ପିଟାଲ୍ ଓ ଦିଲ୍ଲୀର ଏମ୍ସ୍ରେ ବିଭିନ୍ନ ରୋଗ ପାଇଁ ଚିକିତ୍ସିତ ହେବାରେ କଟାଇଥିଲେ। ତିନି ସପ୍ତାହ ଧରି ସେ ମୁମ୍ବାଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଅଗଷ୍ଟ ୨୫ ତାରିଖ ଦିନ ସେଠାରୁ ଡିସ୍ଚାର୍ଜ ହୋଇଥିଲେ।