ସେନାର ଅନୁମତି ମିଳିବା ପରେ ହିଁ ପୁଲଓ୍ଵାମା ଘଟଣା ସଂପର୍କରେ ମୁହଁ ଖୋଲିଥିଲେ ଇମ୍ରାନ ଖାଁ : ରେହାମ ଖାଁ

ଲଣ୍ଡନ : ଜାମ୍ମୁ  ଓ କାଶ୍ମୀରର ପୁଲଓ୍ଵାମାରେ ଗତ ୧୪ ତାରିଖରେ ଆତଙ୍କବାଦୀ ଆକ୍ରମଣ ହେଲା । କିନ୍ତୁ ଏହାର  ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମୁହଁ ଖୋଲିଲେ । ଏହାର କାରଣ କ’ଣ ?

ଏହାର ଏକ କାରଣ ଦର୍ଶାଇଛନ୍ତି ଇମ୍ରାନ ଖାଁଙ୍କ ୨ ନମ୍ବର ପତ୍ନୀ ରହିସାରିଥିବା ରେହମ ଖାଁ । ସେ କହିଛନ୍ତି ଯେ ଇମ୍ରାନ ଖାଁ ନିଜେ କିଛି କହିପାରିବେ ନାହିଁ । ତାଙ୍କୁ ପାକିସ୍ତାନୀ ସେନା ଯାହା କହିବ ସେ କହିବେ । ବୋଧହୁଏ ପୁଲଓ୍ବାମା ଆକ୍ରମଣ ପରେ ୫ ଦିନ ପର୍ଯ୍ୟନ୍ତ ସେ ସେନାର ଅନୁମତିକୁ ଅପେକ୍ଷା କରିଥିଲେ । ଅନୁମତି ମିଳିବା ପରେ ହିଁ ସେ ଗତକାଲି କହିଥିଲେ । କାରଣ ସେ ହେଉଛନ୍ତି ପାକିସ୍ତାନୀ ସେନାର ଏକ ସଖୀ କଣ୍ଢେଇ । ସେନା ଯେମିତି ନଚାଇବ ସେ ସେମିତି ନାଚିବେ । ସେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏପରି ନ ହେଲେ ପାକିସ୍ତାନ ଏଫଏଟିଏଫ ଦ୍ବାରା କଳାତାଲିକାଭୁକ୍ତ ହୋଇଯିବ ।

ଗତକାଲି ଇମ୍ରାନ ଖାଁ କହିଥିଲେ ଯେ ଏହି ଘଟଣାରେ ପାକିସ୍ତାନର ହାତ ଥିବା କୌଣସି ପ୍ରମାଣ ନାହିଁ । ପାକିସ୍ତାନ ଏବେ ଧୀରେ ଧୀରେ ସ୍ଥିରତା ଆଡକୁ ଫେରୁଥିବାବେଳେ ଏପରି କାହିଁକି କରିବ ? ଯଦି ଭାରତ ପ୍ରମାଣ ଦିଏ ତେବେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ କରିବ ।

ସମ୍ବନ୍ଧିତ ଖବର