ଭାରତର ନୂଆ ଅସ୍ତ୍ର ‘ପ୍ରହାର’, ଟାର୍ଗେଟକୁ ଖୋଜି ନଷ୍ଟ କରିବ, ଚାନ୍ଦିପୁରରୁ ହେଲା ସଫଳ ପରୀକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ଆଜି ପ୍ରବଳ ବର୍ଷା ଚାଲିଥିବାବେଳେ  ଡିଆରଡିଓ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚିଂ ପ୍ୟାଡରୁ  ଏକ ମୋବାଇଲ ଲଞ୍ଚ ପ୍ୟାଡରୁ ନିକ୍ଷେପ କରାଯାଇଥିଲା ଓ କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଲକ୍ଷ୍ୟ ଭେଦ କରିଥିଲା । ପ୍ରାୟ ୧୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଏହି ପ୍ରହାର ମିସାଇଲ   ପରୀକ୍ଷାର ସବୁ ମାନଦଣ୍ଡକୁ ପୂରଣ କରିଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାିଛି । ଏଥିରେ ଅତ୍ୟାଧୁନିକ ନାଭିଗେସନ,ଗାଇଡାନ୍ସ ଓ ଇଲେକ୍ଟୋମେକାନିକାଲ ଆକଚୁଏସନ ସିଷ୍ଟମ ରହିଛି । ଏକ କମ୍ପ୍ୟୁଟର ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହେବ । କ୍ଷେପଣାସ୍ତ୍ରଟି ଲଞ୍ଚ ପ୍ୟାଡରୁ ନିକ୍ଷେପ ହେବା ପରେ ଉପରକୁ ଉଠିଥିଲା ଓ ଏହା ପରେ ନିଜର ଟାର୍ଗେଟକୁ ଖୋଜି ସେହି ଦିଗରେ ଯାଇଥିଲା ।  ମାତ୍ର ୧୦ ମିନିଟ ମଧ୍ୟରେ ଏହା ନିଜର ସର୍ବୋଚ୍ଚ ବେଗ ହାସଲ କରିନେଇଥିଲା ।

ସମ୍ବନ୍ଧିତ ଖବର