କାଶ୍ମୀର ପ୍ରସଙ୍ଗ : ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସରିଆଙ୍କୁ ସମନ କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ସରକାର କାଶ୍ମୀର ସଂପର୍କରେ ଆଜି ନେଇଥିବା ନିଷ୍ପତ୍ତିକୁ ନେଇ ପାକିସ୍ତାନରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି । ପାକିସ୍ତାନ ସରକାର ଆଜି ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସରିଆଙ୍କୁ ସମନ କରି ପ୍ରତିବାଦ ଜଣାଇଛି ।
ଅନ୍ୟପକ୍ଷରେ ଭାରତ ସରକାରଙ୍କ କାଶ୍ମୀର ନିଷ୍ପତ୍ତି ସଂପର୍କରେ ଚର୍ଚ୍ଚା ପାଇଁ ପାକିସ୍ତାନ ସରକାର ଆସନ୍ତାକାଲି ସଂସଦର ଏକ ମିଳିତ ଅଧିବେଶନ ଡକାଇଛନ୍ତି । ପାକ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରି ଭାରତ କାଶ୍ମୀର ଉପରୁ ନିଜର ନିୟନ୍ତ୍ରଣ ହରାଇଛି । ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପାକ ଅଧିକୃତ କାଶ୍ମୀର (ତାଙ୍କ ମତରେ ଆଜାଦ କାଶ୍ମୀର) ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

ସମ୍ବନ୍ଧିତ ଖବର