୫୨ ପାକିସ୍ତାନୀ ହିନ୍ଦୁ ପାଇଲେ ଭାରତର ନାଗରିକତା ଅଧିକାର, ରାଜସ୍ଥାନ ସରକାର ଦେଲେ ମଞ୍ଜୁରୀ

ଜୟପୁର: ରାଜସ୍ଥାନ ସରକାର ୫ଟି ଜିଲ୍ଲାରେ ବସବାସ କରୁଥିବା ୫୨ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତର ନାଗରିକତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗର ୫ଟି ଟିମ ନାଗରିକ ପ୍ରମାଣ ପତ୍ର ନେଇ ଜୟପୁରରୁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ପହଂଚିଛନ୍ତି। ଗୃହ ବିଭାଗର ଅତିରିକ୍ତ ସଚିବ ଭବାନୀ ଶଙ୍କର କହିଛନ୍ତି, ଉଦୟପୁରର ୮ ଜଣ, ପାଲିର ୧୩ ଜଣ, ବାଡମେରର ୧୫ ଜଣ, ଜାଲୌରର ୧୪ ଜଣ ଏବଂ ଟାଙ୍କେର ଜଣେ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ମିଳିଛି। ଉଦୟପୁର ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନର ସହଯୋଗରେ ନାଗରିକତା ପ୍ରମାଣପତ୍ର ଦିଆଯାଇଛି।

ଜୁଲୁମ ସୀମା ଅତିକ୍ରମ କରିବା ପରେ ପାକିସ୍ତାନୀ ନାଗରିକମାନେ ଭାରତ ଆସିଛନ୍ତି। ଏମାନେ ଭାରତରେ ବସବାସ କରିବାକୁ ଆଗ୍ରହୀ ହୋଇଥିଲେ। ସେଥିପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଭାରତର ନାଗରିକତା ପ୍ରାପ୍ତି ପାଇଁ ଆବେଦନ ମଧ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ, ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ହଜାର ହଜାର ପାକିସ୍ତାନୀ ନାଗରିକ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଭାରତୀୟ ନାଗରିକଙ୍କ ଭଳି ସୁବିଧା ମିଳିପାରୁ ନାହୁଁ। ଏହା ପରେ ଭାରତୀୟ ଜନତା ପାର୍ଟି ସରକାର ଠିକ୍‌ ସମୟରେ ନାଗରିକତା ଦେବା ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର