ବିମାନ ଯାତ୍ରା ବେଳେ ଗଳାରେ ଅଟକିଲା ନକଲି ଦାନ୍ତ, ମଝି ଆକାଶରେ ଯାତ୍ରୀଙ୍କ ଜୀବନ ଗଲା

ମୁମ୍ବାଇ: କିଛିଦିନ ତଳେ ସ୍ପାଇସ୍‌ ଜେଟରେ ମୁମ୍ବାଇରୁ ପରିବାର ସହ ଅମୃତସର ଯାତ୍ରା କରୁଥିବା ସମୟରେ ମଝି ଆକାଶରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବିମାନ ଭିତରେ ବସିଥିବା ସମୟରେ ବୃଦ୍ଧ ଲଗାଇଥିବା ନକଲି ଦାନ୍ତ କୌଣସି କାରଣବଶତଃ ତାଙ୍କ ଗଳାରେ ଲାଖି ଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ବିମାନରେ ୭୦ବର୍ଷର ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଭଳି ଏକ ଦୁର୍ଘଟଣା ଗତ ସପ୍ତାହରେ ମୁମ୍ବାଇରୁ ଅମ୍ରିତସର ଯାଉଥିବା ସ୍ପାଇସ୍‌ ଜେଟ ବିମାନ ଏସ୍‌ଜି-୪୩୮ରେ ଘଟିଛି। ବିମାନ ଭିତରେ ଉକ୍ତ ଯାତ୍ରୀଙ୍କ ନକଲି ଦାନ୍ତ ଖସି ଯାଇ ତାଙ୍କ ଗଳାରେ ଲାଖି ଯାଇଥିଲା। ଫଳରେ ତାଙ୍କୁ ନିଶ୍ୱାସ ନେବାରେ ବହୁ ଅସୁବିଧା ହୋଇଥିଲା, ସଙ୍ଗେସଙ୍ଗେ କେବିନ୍‌ କ୍ରିଉ ଦିଲ୍ଲୀରେ ବିମାନଟିର ଜୁରୁରୀକାଳିନ ଅବତରଣ କରାଇଥିଲେ। ବିମାନରୁ ଓହ୍ଲାଇବା ମାତ୍ରେ ବୃଦ୍ଧଙ୍କୁ ଚିକିତ୍ସା ପାଇଁ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ବିମାନ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଡାକ୍ତରଙ୍କ କହିବାନୁସାରେ, ଜଲନ୍ଧରରେ ରହୁଥିବା ଏହି ଯାତ୍ରୀଙ୍କ ଉକ୍ତରକ୍ତଚାପ, ମଧୁମେହ ଓ ଶରୀର ଅଧିକାଂଶ ଅଙ୍ଗ ପାରାଲିସ୍‌ରେ ପୀଡିତ ଥିଲା। ଯାହାଫଳରେ କି ବିମାନରେ ଏଭଳି ପରିସ୍ଥିତିରେ ସେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ। ଆମ ପାଖକୁ ଆସିବା ପୂର୍ବରୁ ତାଙ୍କ ଜିହ୍ଵାର ରଙ୍ଗ ନୀଳ ପଡ଼ି ଯାଇଥିଲା। ତାଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ଦୁଇଜଣ ଡାକ୍ତର ତାଙ୍କୁ କାର୍ଡିଓ ପଲମୋନରି ରିସ୍ୟୁସିଟେସନ୍‌ (ସିପିଆର୍‌) ଦେଇଥିଲେ କିନ୍ତୁ ତାହା କାମ କରି ନଥିଲା।

ମେଡାଣ୍ଟାର ଏୟାରପୋର୍ଟ କ୍ଲିନିକ୍‌ ମେଡିକାଲ ଅଫିସର ଡାକ୍ତର ପ୍ରଭାଜନ ସକୁନ୍ତଙ୍କ କହିବାନୁସାରେ, ଆମ ପାଖକୁ ଆସିବାର ଏକଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧାଙ୍କୁ ସିପିଆର୍‌ ସେବା ପ୍ରଦାନ କରାଯାଇଥିଲା, କିନ୍ତୁ କିଛି ସୁଫଳ ମିଳି ନଥିଲା।

ସମ୍ବନ୍ଧିତ ଖବର