ନିର୍ବାଚନ ଲଢିବା ନେଇ ମତ ରଖିଲେ ସୌମ୍ୟ: ମୋର ଆବଶ୍ୟକତା ଅନୁଭବ କଲେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ

0

ଭୁବନେଶ୍ବର: ଆଗାମୀ ନିର୍ବାଚନରେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ  ନିର୍ବାଚନ ଲଢିବେ କି ? ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ସାଂସଦ କହିଛନ୍ତି ସେ ଏବେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ଯଦି ରାଜ୍ୟରେ ତାଙ୍କ ଆବଶ୍ୟକତା ଦଳର ସୁପ୍ରିମୋ ଅନୁଭବ କରି ଦାୟତ୍ୱ ଦିଅନ୍ତି ତେବେ ସେ ତୁଲାଇବେ ବୋଲି କହିଛନ୍ତି ସୌମ୍ୟରଂଜନ । ନିର୍ବାଚନରେ ବିଭିନ୍ନ ଲୋକ ବିଭିନ୍ନ ଭୂମିକାରେ ରହିବେ । କିଛି ଲୋକ ଲଢ଼ିବେ କିଛି ଲୋକେ ନିର୍ବାଚନ ପ୍ରଚାର କରିବେ ଆଉ କିଛି ଲୋକ ପରଦା ପଛରେ ରହି ଦାୟିତ୍ୱ ତୁଲାଇବେ । ଆଉ ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ।

ସେହିପରି ଇସ୍ତାହାର କମିଟି ବୈଠକ ସଂପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆନୁଷ୍ଠାନିକ ଭାବେ ଇସ୍ତାହାର କମିଟି ବୈଠକ ବସିବ । ହେଲେ ଇସ୍ତାହାର ସଂପର୍କରେ ମିଡିଆକୁ ଆଗୁଆ ସୂଚନା ଦେଇ ଆମେ ଇସ୍ତାହାରର ଚମକ କମେଇବାକୁ ଚାହିଁବୁ ନାହିଁ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.