ଅନୁସନ୍ଧାନ କରୁଥିବା ବର୍ଗ

Leading

ଲୋକସଭା ନିର୍ବାଚନ ପାଇଁ ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା କରିପାରେ ବିଜେପି

ନୂଆଦିଲ୍ଳୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କାହାକୁ ମିଳିବ ବିଜେପି ଟିକେଟ୍ । ନିର୍ବାଚନ ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ୪ ଘଣ୍ଟା ଧରି ବୈଠକ ଚାଲିଥିଲା…
ଅଧିକ ଖବର ଦେଖନ୍ତୁ...

ଢାକାସ୍ଥିତ ଏକ ରେସ୍ତୋରାଁରେ ନିଆଁ ଲାଗି ୪୩ ମୃତ; ୪୦ରୁ ଅଧିକ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ। ଗୁୁରୁବାର ସଂଧ୍ୟାରେ ଢାକାସ୍ଥିକ ଏକ ସାତ ମହଲା ବିଶିଷ୍ଟ ରେସ୍ତୋରାଁର କୋଠରୀରେ ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନେକ ଲୋକ ଆହତ ବି ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

୨୭ ଗାଁରେ ନାହିଁ ଫୋନ୍‌ ସେବା: ଗଛ ଚଢ଼ିଲେ ମିଳୁଛି ନେଟ୍‌ୱର୍କ

ପାଇକସାହି: ସଂପ୍ରତି ମୋବାଇଲ୍‌ ଫୋନ୍‌ ସେବା ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଲାଣି। ସରକାରଙ୍କର ବହୁ ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଥିବାରୁ ମୋବାଇଲ୍‌ ଫୋନ୍‌ ସମସ୍ତଙ୍କ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଏବେ ବି ଅନୁଗୁଳ ଜିଲ୍ଲାର କେତେକ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଜନଜାତିଙ୍କ ଉପରେ ଅଧିକ ଗବେଷଣା ହେଉ: ରାଷ୍ଟ୍ରପତି

କେନ୍ଦୁଝର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରା ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ। ଆଜି ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜନଜାତି, ଜନ ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ପାଠଚକ୍ରକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। କେନ୍ଦୁଝର ଧରଣୀଧର…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ୍‌ରେ ୮ ପ୍ରସ୍ତାବ ପାରିତ: କର୍ମଚାରୀଙ୍କ ମନ ରଖିଲେ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମନଖୋଲା ଘୋଷଣା କରୁଛନ୍ତି। ସେଥିରୁ ସରକାରୀ କର୍ମଚାରୀ ବି ବାଦ୍ ପଡ଼ିନାହାନ୍ତି। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ତାହାର ଆଭାସ ମିଳିଛି। ବିଭିନ୍ନ ସେବା କ୍ୟାଡର୍‌ର ପୁନର୍ଗଠନ ପ୍ରସ୍ତାବରେ…
ଅଧିକ ଖବର ଦେଖନ୍ତୁ...

ଖୋଲିବ ରତ୍ନଭଣ୍ଡାର: ରାଜ୍ୟ ସରକାର ଗଠନ କଲେ ୧୨ଜଣିଆ କମିଟି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ବାଟ ଫିଟିଛି। ରତ୍ନଭଣ୍ଡାର ଭିତରେ କେତେ ସୁନା, ରୁପା ଆଦି ମୂଲ୍ୟବାନ ରତ୍ନ ଗଚ୍ଛିତ ରହିଛି ତାହାର ତାଲିକା ପ୍ରସ୍ତୁତ ହେବ। ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର…
ଅଧିକ ଖବର ଦେଖନ୍ତୁ...

୨ ବର୍ଷରେ ସରିବ ତିନି ରାଡାର: ସବୁବେଳେ ସବୁଠି ପହଞ୍ଚିବ ପାଣିପାଗ ପୂର୍ବାନୁମାନ

ଭୁବନେଶ୍ବର: ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ କରାଯିବ। ପ୍ରତି ମୁହୂର୍ତ୍ତରେ କିଭଳି ଠିକ୍‌ ତଥ୍ୟ ସବୁ ଘରେ ପହଞ୍ଚିପାରିବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଗୁଆ ପୂର୍ବାନୁମାନ ସହ ତାହାର ପ୍ରଭାବ କ’ଣ ହୋଇପାରେ ସେଦିଗରେ କାର୍ଯ୍ୟ ଚାଲିଛି। ବାତ୍ୟା,…
ଅଧିକ ଖବର ଦେଖନ୍ତୁ...

ଗାଜାରେ ଇସ୍ରାଏଲର ଗୁଳିବର୍ଷା: ୧୦୪ ପାଲେଷ୍ଟାଇନ ନାଗରିକ ନିହତ

ଗାଜା: ଗାଜାର ଦକ୍ଷିଣ ପଶ୍ଚିମ ଅଂଚଳରେ ଆଜି ଭୟାନକ ସ୍ଥିତି ଉପୁଜିଛି। ରିଲିଫ୍‌ ସାମଗ୍ରୀ ପାଇଁ ସମବେତ ହୋଇଥିବା ଭିଡ଼ ଭିତରୁ କିଛି ଲୋକ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଏହାର ଜବାବରେ ପ୍ରବଳ ଗୁଳିବର୍ଷା କରିଛି। ଏଥିରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ୫୬୮ କଲରାପତରିଆ: ୨୦୧୮ ତୁଳନାରେ ୧୯୨ଟି କମିଲେ

ଭୁବନେଶ୍ବର: ଓଡ଼ିଶାରେ ୫୬୮ଟି କଲରାପତରିଆ ବାଘ ରହିଛନ୍ତି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୮ ତୁଳନାରେ ୨୦୨୨ରେ କଲରାପତରିଆଙ୍କ ସଂଖ୍ୟା ଓଡ଼ିଶାରେ କମିଥିବା ନେଇ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଏଏସ୍‌ଆଇ ଲେଜର୍‌ ସ୍କାନିଂ ରିପୋର୍ଟ: ରତ୍ନଭଣ୍ଡାର କାନ୍ଥରେ ମାଳମାଳ ଫାଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଯାହା ଅନୁମାନ କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି। ରତ୍ନଭଣ୍ଡାର ବାହାର କାନ୍ଥରେ ମାଳ ମାଳ ଫାଟ ରହିଛି। ରତ୍ନଭଣ୍ଡାରର ଉତ୍ତର, ପୂର୍ବ ଓ ପଶ୍ଚିମପାର୍ଶ୍ବ କାନ୍ଥରେ ଏଭଳି ଫାଟ ରହିଛି। କାନ୍ଥ ବି ଓଦାଳିଆ ରହିଛି। ଏହି ଫାଟ ଦେଇ ରତ୍ନଭଣ୍ଡାର…
ଅଧିକ ଖବର ଦେଖନ୍ତୁ...