ପ୍ରକାଶ ପାଇଲା ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷା ଫଳ

ଭୁବନେଶ୍ୱର : ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର (ସିସିଡବ୍ଲ୍ୟୁଏସ୍‌ଡି) ପକ୍ଷରୁ କରାଯାଇଥିବା ଏକବିଂଶ ରାଜ୍ୟସ୍ତରୀୟ ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷା ଫଳ ଆଜି ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଫେବ୍ରୁଆରି ୧୮ରେ ରାଜ୍ୟର ୨୮ଟି ଜିଳ୍ଲା ଅନ୍ତର୍ଗତ ୧୪୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ୧୫ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପରୀକ୍ଷା ଫଳ ଉନ୍ମୋଚନ କରିଥିବା ବେଳେ ସଭାପତି ସୁଧାନିଧି ରାଉତ, ସମ୍ପାଦକ ବିିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଚନ୍ଦ୍ରକାନ୍ତ ହାଜରା, ଜ୍ୟୋତ୍ସ୍ନା ରାଉତ, ମମତା ଦାଶ, ସୁଭାଷ ଚନ୍ଦ୍ର ଦଳାଇ, ରେଣୁବାଳା ପଲେଇ, ପ୍ରିୟଙ୍କା ମହାରଣା, କବିତା ମଲ୍ଲିକ ଉପସ୍ଥିତ ଥିଲେ। ପରୀକ୍ଷାରେ ୧୧୦ ଜଣ ପ୍ରଥମ ୧୦ଟି ସ୍ଥାନରେ ରହିଥିବା ବେଳେ ୩୨ଜଣ ଆଞ୍ଚଳିକସ୍ତରୀୟ ଶ୍ରେଷ୍ଠ ଏବଂ ୧୭୧ଜଣ କେନ୍ଦ୍ରସ୍ତରୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ୨୧ ତାରିଖ ଦିନ ହେବାକୁ ଥିବା ୨୨ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବରେ ସମ୍ମାନିତ କରାଯିବ।

ସମ୍ବନ୍ଧିତ ଖବର