ହାକାଥାନ୍‌ରେ ସିଭି ରମଣ କଲେଜର କୃତିତ୍ୱ

ଭୁବନେଶ୍ୱର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଓ ଏଆଇସିଟିଇ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥାନରେ ସିଭି ରମଣ ଇଂଜିନିୟରିଂ କଲେଜକୁ ସଫଳତା ମିଳିଛି। ରାଜସ୍ଥାନର କେନ୍ଦ୍ରରେ ଅନୁଷ୍ଠିତ ଏହି ୩୬ ଘଣ୍ଟିଆ କାର୍ଯ୍ୟକ୍ରମରେ ସିଭି ରମଣ ଇଂଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍‌ସ ବିଭାଗର ୬ ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି। ସେମାନେ ହେଲେ ପଲ୍ଲବୀ କୁମାରୀ, ସତ୍ୟମ୍‌, ସୌରଭ ଶ୍ରେଷ୍ଠ, ପ୍ରିନ୍‌ସ କୁମାର, ସେୟାଶ୍ରୀ ଚକ୍ରବର୍ତ୍ତୀ, ସିଦ୍ଧାନ୍ତ ରାଉତରାୟ ଓ ସେମାନଙ୍କ ପରାମର୍ଶଦାତା ଇଂ ସାକେତ ଝା। ଗୋଟିଏ ପ୍ଲାଟଫର୍ମରେ ଦେଶର ସମସ୍ତ ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ୍‌କୁ ଶୁଣି ହେବା ପାଇଁ ସଫଟ୍‌େଓ୍ଵୟାର ପ୍ରସ୍ତୁତ କରି ଏହି ଗ୍ରୁପ୍‌ କେନ୍ଦ୍ର ମାନବ ସମ୍ବଳ ବିକାଶର ପ୍ରଶଂସା ହାସଲ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଗ୍ରୁପ୍‌ ସହ ସିଭି ରମଣ ଇଂଜିନିୟରିଂ କଲେଜକୁ ପ୍ରଶଂସା କରିଛନ୍ତି। ଏଭଳି ସଫଳତା ପାଇଁ ଅଧ୍ୟକ୍ଷ ଇଂ ସଂଜୀବ ରାଉତ ସଫଳ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର