ଭୁବନେଶ୍ୱର: ଏକକ ନୃତ୍ୟ ଓ ନୃତ୍ୟାଭିନୟରେ ଦର୍ଶକଙ୍କ ମନୋରଂଜନ କରିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଦୀପ୍ତି ରାଉତରାୟ। ଭଂଜ କଳା ମଣ୍ଡପରେ ଆୟୋଜିତ ଓଡ଼ିଶୀ ନୃତ୍ୟ ଉତ୍ସବରେ ପ୍ରଥମେ ସେ ‘ନାହିଁ କେ କରିଦେଲା… ଗୀତରେ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଭାରତ ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇଟି ଅଧିବେଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଅଭିନୟରେ ମୀନ ନୟନା ପରିବେଷଣ କରିଥିଲେ। ପରେ ନୃତ୍ୟଶିଳ୍ପୀ ସଙ୍ଗୀତା ଦାସଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟ ସାଙ୍ଗକୁ ଲକି ପ୍ରଜ୍ଞା ପ୍ରତିଷ୍ଠିତା ମହାନ୍ତି, ସସ୍ମିତା ମହାନ୍ତି, ପୀତାମ୍ବର ବିଶ୍ୱାଳ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ସଙ୍ଗୀତରେ ସୁକାନ୍ତ କୁମାର କୁଣ୍ଡୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବନ୍ଦିତା ରାୟ, ହରପ୍ରିୟା ସ୍ୱାଇଁ ସହଯୋଗ କରିଥିଲେ। ସେହିପରି ମର୍ଦ୍ଦଳରେ ଗୁରୁ ନିରଞ୍ଜନ ପାତ୍ର ଓ ଶିବାନନ୍ଦ ବାରିକ୍, ବେହେଲାରେ ପ୍ରଦୀପ କୁମାର ରାୟ, ବଂଶୀରେ ଅଭିରାମ ନନ୍ଦ ସହଯୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଅଧିବେଶନରେ ଦିପ୍ସି ପଟ୍ଟନାୟକ ଏବଂ ଦିବ୍ୟାଶ୍ରୀ ପଣ୍ଡା ବଜ୍ରକାନ୍ତି ପଲ୍ଲବୀ ପରିବେଷଣ କରିଥିଲେ। ଏହି ଗୁରୁ ପୀତାମ୍ବର ନୃତ୍ୟ ସଂଯୋଜନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସ୍ୱର ସଂଯୋଜନା କରିଥିଲେ। ପରେ କେଶବ ଚନ୍ଦ୍ର କରଙ୍କ ସଂଯୋଜନାରେ ପ୍ରଜ୍ଞା ପ୍ରିୟନାଥ, ବିଶ୍ୱନାଥ ସଙ୍ଗୀତାଳୟର କଳାକାରମାନଙ୍କ ଦ୍ୱାରା ଶିବ ଚରଣାମୃତ, ଅଙ୍କିତ ସାହୁଙ୍କ ନୃତ୍ୟରେ କଳାବତୀ ପଲ୍ଲବୀ ଦେଖିବାକୁ ମିଳିଥିଲା। ଶେଷରେ ଯଶସ୍ୱିନୀ ଅଭିନୟରେ ଲାଜରେ ସରିଗଲି…ଗୀତରେ ନୃତ୍ୟାଭିନୟ ପରିବେଷଣ କରିଥିଲେ। ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ସଙ୍ଗୀତା ଗୋସାଇଁ, ରାମହରି ଦାସ, ଧନେଶ୍ୱର ସ୍ୱାଇଁ, ନାଟ୍ୟକାର ପ୍ରଦୀପ ବିଶ୍ୱାଳ, ପ୍ରଫୁଲ୍ଲ ରାୟ, ସରୋଜ ମହାପାତ୍ର, ଗଜେନ୍ଦ୍ର ପଣ୍ଡା ଏବଂ ଦୀପ୍ତି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।