ଚୋର ଗିରଫ, ୨ ମୋବାଇଲ୍ ଜବତ

ଭୁବନେଶ୍ବର: ମୋବାଇଲ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଚୋରକୁ ଗିରଫ କରିବା ସହ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା‌ ଅଞ୍ଚଳର ଆଶିଷ ନାୟକ(୨୦)। ଏଠାରେ ସାଲିଆସାହି ବସ୍ତିରେ ରହୁଥିଲା। ପୁଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ସତ୍ୟବ୍ରତ ଦାସ ନାମକ ଜଣେ ଯୁବକ ସହିଦନଗରରୁ ନୂଆପଲ୍ଲୀ ସ୍ଥିତ ଘରକୁ ଫେରୁଥିଲେ। ବାଣୀବିହାର ଛକ ନିକଟରେ ଆଶିଷ ତାଙ୍କ ‌ମୋବାଇଲ୍‌ ଝାମ୍ପି ନେଇଥିଲା। ‌ଏନେଇ ସତ୍ୟବ୍ରତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ମୋବାଇଲ୍‌ ଟ୍ରାକିଂ କରି ଠିକଣା ଠାବ ପରେ ଆଜି ପୁଲିସ ତାକୁ ସାଲିଆସାହିରୁ ଗିରଫ କରିବା ସହ ୨ଟି ମୋବାଇଲ୍‌ ଜବତ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ତାକୁ‌ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର