ଲୋକସଭା ନିର୍ବାଚନ: ରାଜସ୍ଥାନର ଏହି ୪ ଆସନରେ ବିଜେପିର ଗଡ଼କୁ ଭାଙ୍ଗିପାରି ନାହିଁ କଂଗ୍ରେସ

ଜୟପୁର: ରାଜସ୍ଥାନରେ ଲୋକସଭା ନିର୍ବାଚନରେ ସାଧାରଣତଃ ସେହି ଦଳକୁ ଅଧିକ ଟିକେଟ ମିଳିଥିାଏ, ରାଜ୍ୟରେ ଯେଉଁ ପାର୍ଟିର ସରକାର ଥାଏ। ବିଗତ କିଛି ବର୍ଷ ଧରି ଚାଲିଥିବା ଏହି ପରଂପରା ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇପାରେ। ମାତ୍ର ରାଜ୍ୟରେ ଅତି କମ୍‌ରେ ୪ଟି ଏଭଳି ଆସନ ଅଛି, ଯେଉଁଠାରେ ୧୫ ବର୍ଷରେ ଅର୍ଥାତ ୩ ଲୋକସଭା ନିର୍ବାଚନରେ ବିଜେପିର ନିୟନ୍ତ୍ରଣରେ ଅଛି।

ଏହି ୪ଟି ଆସନ ହେଲା ବିକୋନେର, ଚୁରୁ, ଝାଲାଓ୍ଵାଡ ଏବଂ ଜାଲୋର। ଏହି ୪ଟି ଆସନରେ ବିଗତ ୩ଟି ଲୋକସଭା ନିର୍ବାଚନରେ ବିଜେପି ପରାଜିତ ହୋଇନାହିଁ। ବିକାନେର ଆସନରେରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ପୁଣି ଟିକେଟ ମିଳିଛି। ଦୁଇ ଥର ସାଂସଦ ମେଘଓ୍ଵାଲ ଏହି ଆସନରୁ ହ୍ୟାଟ୍ରିକ୍‌ ଲଗାଇବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ସମ୍ମୁଖୀନ ହେଉଛନ୍ତି କଂଗ୍ରେସର ନେତା ତଥା ପୂର୍ବତନ ଆଇପିଏସ ମଦନ ଗୋପାଳ ମେଘଓ୍ଵାଲ। ଉଭୟ ନେତା ହେଉଛନ୍ତି ସଂପର୍କରେ ଭାଇ-ଭାଇ।

ସୂଚନାଯୋଗ୍ୟ ୨୦୦୪ରେ ବିଜେପି ଏହି ଆସନରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ଓହ୍ଲାଇଥିଲା। ଏହା ପରେ ୨୦୦୯ ଏବଂ ୨୦୧୪ରେ ଅର୍ଜୁନରାମ ଏହି ଆସନରେ ବିଜୟୀ ହୋଇଥିଲେ।

 

ସମ୍ବନ୍ଧିତ ଖବର