କ୍ରିକେଟ୍‌ ବିଶ୍ୱ କପ୍‌ ଠାରୁ ୮୦ ଗୁଣା ଅଧିକ ଫୁଟବଲ୍‌ ଓ୍ଵାଲର୍ଡ କପ୍‌ର ସମୁଦାୟ ପୁରସ୍କାର ରାଶି

ଫିଫା ଓ୍ଵାଲର୍ଡ କପ୍‌ରେ ଏଥରର ପୁରସ୍କାର ରାଶି ୭୯ କୋଟି ୧୦ ଲକ୍ଷ ଡଲାର

ମସ୍କୋ: ଋଷିଆରେ ଆଗାମୀ ସପ୍ତାହ ଠାରୁ ୨୧ତମ ଫିଫା ଓ୍ଵାଲର୍ଡ କପ୍‌ ଆରମ୍ଭ ହେବାକୁ ଯାଉଛି। ଏଥିରେ ବିଶ୍ୱର ଜଣାଶୁଣା ଫୁଟବଲ୍‌ ଖେଳାଳିମାନେ ପ୍ରତିଦ୍ୱନ୍ଦିତା କରିବେ। ଚମ୍ପିଅନ୍‌ ଦଳକୁ ୧୮ କ୍ୟାରେଟ ସୁନାରେ ତିଆରି ଟ୍ରଫି ପ୍ରଦାନ କରାଯିବ। ସେହିଭଳି ବିଜୟୀ ଟିମ୍‌ର ଖେଳାଳିମାନଙ୍କୁ ରେକର୍ଡ ପରିମାଣରେ ଡଲାର ମିଳିବ।

ଋଷିଆରେ ଆଗାମୀ ଜୁନ୍‌ ୧୪ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଫିଫା ଓ୍ଵାଲର୍ଡ କପ୍‌ ଖେଳାଯିବ। ଏଥିରେ ୩୨ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି। ଏଥର ଫିଫା ଓ୍ଵାଲର୍ଡ କପ୍‌ ୨୦୧୮ରେ ସମୁଦାୟ ୭୯ କୋଟି ୧୦ ଲକ୍ଷ ଡଲାର (୭୯୧ ମିଲିୟନ ଡଲାରରୁ ଅଧିକ) ପୁରସ୍କାର ରାଶି ରଖାଯାଇଛି, ଯାହାକି ୨୦୧୪ରେ ବ୍ରାଜିଲରେ ଅନୁଷ୍ଠିତ ବିଶ୍ୱ କପ୍‌ ତୁଳନାରେ ୪୦ ପ୍ରତିଶତ ଅଧିକ।

କ୍ରିକେଟ୍‌ ଓ୍ଵାଲର୍ଡ କପ୍‌ ଠାରୁ ଫିଫା ବିଶ୍ୱ କପ୍‌ର ପୁରସ୍କାର ରାଶି ୮୦ ଗୁଣା ଅଧିକ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହୋଇଥିବା କ୍ରିକେଟ ଓ୍ଵାଲର୍ଡ କପ୍‌ ୨୦୧୫ରେ ଆଇସିସି ସମୁଦାୟ ରାଶି ୧ କୋଟି ୨ ଲକ୍ଷ ୨୫ ହଜାର ଡଲାର ଅର୍ଥାତ ୬୮ କୋଟି ୫୪ ଟଙ୍କା ରଖିଥିଲା। ଏଥିରୁ ଚମ୍ପିଅନ୍‌ ଟିମ୍‌କୁ ୩୯ ଲକ୍ଷ ୭୫ହଜାର ଡଲାର ଓ ରନର୍ସ ଟିମ୍‌କୁ ୧୭ ଲକ୍ଷ ୫୦ ହଜାର ଡଲାର ମିଳିଥିଲା। ଗ୍ରୁପ ପର୍ଯ୍ୟାୟରେ ବାହାର ଟିମ୍‌କୁ ୧୦ ହଜାର ଡଲାର ଦିଆଯାଇଥିଲା। ଫିଫା ତଥ୍ୟ ଅନୁସାରେ ଓ୍ଵାଲର୍ଡ କପ୍‌ ଫୁଟବଲର ସମୁଦାୟ ପୁରସ୍କାର ରାଶିରୁ ୪୦ କୋଟି ଡଲାର ଟିମକୁ ତା’ର ପ୍ରଦର୍ଶନ ଆଧାରରେ ଦିଆଯିବାକୁ ଥିବା ବେଳେ ବାକି ୩୯ କୋଟି ୧୦ ଲକ୍ଷ ଡଲାର ଖେଳାଳିଙ୍କ କ୍ଲବକୁ ବିଭିନ୍ନ ଯୋଜନା ମାଧ୍ୟମରେ ଦିଆଯିବ।

ଫିଫା ଓ୍ଵାଲର୍ଡ କପ୍‌ ଚମ୍ପିଅନ ଟିମ୍‌କୁ ମିଳିବ ୨୫୫ କୋଟି ଟଙ୍କା

ମସ୍କୋର ଲୁଜନିକି ଷ୍ଟାଡିୟମରେ ଜୁଲାଇ ୧୫ରେ ହେବ ଫିଫାର ଫାଇନାଲ ମ୍ୟାଚ୍‌। ଏଥିରେ ଯେଉଁ ଟିମ ବିଜୟୀ ହେବ ତାକୁ ୨୫୫ କୋଟି ଟଙ୍କା ଅର୍ଥାତ ୮୦ ଲକ୍ଷ ଡଲାର ମିଳିବ। ରନର୍ସ ଟିମ୍‌କୁ ୨ କୋଟି ୯୦ ଲକ୍ଷ ଡଲାର ଓ ତୃତୀୟ ସ୍ଥାନରେ ଥିବା ଟିମ୍‌କୁ ୨ କୋଟି ୪୦ ଲକ୍ଷ ଡଲାର ମିଳିବ।

ଓ୍ଵାଲର୍ଡ କପ୍‌ରେ ଭାଗ ନେବା ପାଇଁ ଯେଉଁ ଫିଫା କ୍ଲବମାନେ ସେମାନଙ୍କର ଖେଳାଳିଙ୍କୁ ପଠାଇଛନ୍ତି, ସେହି କ୍ଲବର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୨୦ କୋଟି ୯ ଲକ୍ଷ ଡଲାର ଦିଆଯିବ। କ୍ଲବ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ୧୩ କୋଟି ୪୦ ଲକ୍ଷ ଡଲାର ଖର୍ଚ୍ଚ କରାଯିବ।

ସମ୍ବନ୍ଧିତ ଖବର