ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଶ୍ରୀଲଙ୍କା ୨/୧୯

ଧର୍ମଶାଳା: ୨ୟ ପାଳିରେ ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଶ୍ରୀଲଙ୍କା ୨ଟି ଓ୍ଵିକେଟ ହରାଇ ୧୯ ରନ୍‌ ସଂଗ୍ରହ କରିଛି। ଦଳର ପ୍ରଥମ ଓ୍ଵିକେଟ ୩.୪ ଓଭରରେ ୭ ରନ୍‌ରେ ପଡ଼ିଥିଲା। ଦାନୁସକା ଗୁଣଥିଲକା (୧) ୧୧ଟି ବଲ ଖେଳି ଯଶପ୍ରିତ ବୁମରାଙ୍କ ବଲ ମହେନ୍ଦ୍ର ସିଂହଙ୍କୁ କ୍ୟାଚ ଦେଇଥିଲେ। ଲାହିରୁ ଥିରମାନି କୌଣସି ରନ୍‌ ସଂଗ୍ରହ ନ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀଲଙ୍କା ୭ ଓଭରରେ ୧୯ ରନରେ ୨ଟି ଓ୍ଵିକେଟ ହରାଇଛି।

ପୂର୍ବରୁ ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ଭାରତ ୩୮.୨ଓଭରରେ ୧୧୨ ରନ୍‌ ସଂଗ୍ରହ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ପିଚ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଧୋନି ୮୭ଟି ବଲ ଖେଳି ୬୫ ରନ୍‌ ସଂଗ୍ରହ କରିଥିଲେ।

ରୋହିତ ଶର୍ମା(୨), ଶ୍ରେୟସ ଆୟାର(୯), ଶିଖର ଧାଓ୍ଵନ(୦), ଦିନେଶ କାର୍ତ୍ତିକ(୦), ମନୀଷ ପାଣ୍ଡେ (୨), ହାର୍ଦ୍ଦିକ ପାଣ୍ଡ୍ୟା(୧୦), ଭୁବନେଶ୍ୱର(୦), କୁଳଦୀପ ଯାଦବ(୧୯), ଯଶପ୍ରିତ ବୁମରା(୦) ଓ ୟୁଜେବେନ୍ଦ୍ର ଚହଲ(୦) ରନ୍‌ ସଂଗ୍ରହ କରିଥିଲେ।

ଭାରତର କୌଣସି ରନ୍‌ ସଂଗ୍ରହ ନକରି ପ୍ରଥମ ଓ୍ଵିକେଟ ହରାଇ ଥିଲା। ୨ ରନ୍‌ରେ ୨ୟ ଓ୍ଵିକେଟ, ୮ରନ୍‌ରେ ୩ୟ ଓ୍ଵିକେଟ, ୧୪ ରନ୍‌ରେ ୪ର୍ଥ ଓ ୫ମ ଓ୍ଵିକେଟ, ୨୮ରନ୍‌ରେ ୬ଷ୍ଠ ଓ୍ଵିକେଟ, ୨୯ ରନ୍‌ରେ ୭ମ ଓ୍ଵିକେଟ, ୭୦ ରନ୍‌ରେ ୮ମ ଓ୍ଵିକେଟ, ୮୭ ରନ୍‌ରେ ୯ମ ଓ୍ଵିକେଟ ଓ ୧୧୨ ରନ୍‌ରେ ଶେଷ ଓ୍ଵିକେଟ ପଡ଼ିଥିଲା। ସୁରଙ୍ଗା ଲକମଲ ୪ଟି ଓ୍ଵିକେଟ ନେଇଥିବା ବେଳେ ନୂଆନ ପ୍ରଦୀପ ୨ଟି ଓ୍ଵିକେଟ, ଆଞ୍ଜେଲୋ ମ୍ୟାଥୁସ, ତିରସା ପେରାରା, ଅକିଲା ଧନଞ୍ଜୟ ଓ ସଚିତା ପଥିରାନା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର