ଏସୀୟ କ୍ରୀଡ଼ା: ପୁରୁଷ ହକି ମ୍ୟାଚ୍‌ରେ ୨୦-୦ରେ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ଭାରତ

ଜାକର୍ତ୍ତା: ଭାରତୀୟ ପୁରୁଷ ହକି ଟିମ୍‌ ମଙ୍ଗଳବାର ଶ୍ରୀଲଙ୍କାକୁ ୨୦-୦ରେ ପରାସ୍ତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଆରମ୍ଭରୁ ଆକ୍ରମଣ କରିଥିଲେ। ‘ପୁଲ-ଏ’ର ଏକତରଫା ମ୍ୟାଚ୍‌ରେ ଭାରତର ଆକାଶଦୀପ ସିଂହ କେବଳ ୬ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂହ, ରୂପିନ୍ଦର ପାଲ ସିଂହ ଓ ମନ୍ଦୀପ ସିଂହ ହ୍ୟାଟ୍ରିକ୍‌ ଗୋଲ ଦେଇଥିଲେ।

ଜେଲୋରା ବଙ୍ଗ କାର୍ଣ୍ଣୋ ହକି ପଡ଼ିଆରେ ଭାରତର ଆକାଶଦୀପ ୧୦, ୧୧, ୧୮, ୨୩, ୩୩ ଓ ୩୩ ମିନିଟରେ ଗୋଲ ଦେଇଥିଲେ। ବିଶ୍ୱର ୫ମ ଟିମ ଭାରତ ପାଇଁ ରୂପିନ୍ଦର ସିଂହ ୨, ୫୩ ଓ ୫୩ ମିନିଟରେ ଗୋଲ ଦେଇଥିବା ବେଳେ ମନ୍ଦୀପ ସିଂହ ୩୬, ୪୪ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ସେହିପରି ହରମନପ୍ରୀତ ସିଂହ ୩ଟି ଗୋଲ ଦେଇଥିଲେ। ଲଲିତ ଉପାଧ୍ୟାୟ ୨ଟି ଗୋଲ, ବିବେକ ସାଗର ପ୍ରସାଦ ଗୋଟିଏ ଅମିତ ରୋହୀଦାସ ଗୋଟି ଓ ଦୀଲପ୍ରୀତ ସିଂହ ଗୋଟିଏ ଗୋଲ ଦେଇଥିଲେ।

ଭାରତ ଅଗଷ୍ଟ ୩୦ରେ ସେମିଫାଇନାଲ ମ୍ୟାଚ ଖେଳିବ। ସେହିଭଳି ଭାରତୀୟ ମହିଳା ହକି ଟିମ ଚୀନ ବିରୋଧରେ ଅଗଷ୍ଟ ୨୯ରେ ଖେଳିବ।

ସମ୍ବନ୍ଧିତ ଖବର