୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସୁଟିଙ୍ଗ୍‌ରେ ମନୁ ଭାକର୍‌ଙ୍କୁ ସ୍ୱର୍ଣ୍ଣ, ହୀନା ସିଦ୍ଧୁଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ରବିବାର ଦିନ ଗୋଲ୍‌ଡ୍‌ କୋଷ୍ଟ୍‌ ଠାରେ ଚାଲିଥିବା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୧୦ ମିଟର୍‌ ପିସ୍ତଲ ଚାଳନାରେ ଭାରତର ପ୍ରତିଯୋଗୀ ମନୁ ଭାକର୍‌ ସ୍ୱର୍ଣ୍ଣ ପଦକ ପାଇ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ହୀନା ସିଦ୍ଧୁଙ୍କୁ ପଛରେ ପକାଇ ଦେଇ ଛନ୍ତି। ହୀନା ଏହି ଟାଇଟଲ୍‌ରେ ୨୪୦. ୯ ସ୍କୋର୍‌ କରି ସିଦ୍ଧୁଙ୍କୁ ପରାସ୍ତ କରିଛନ୍ତି।

କିନ୍ତୁ, ହୀନା ସିଦ୍ଧୁ ୨୩୪ ସଟ୍‌ ମାରି ଅତି ସହଜରେ ଏଲିନା ଗାଲିମବୋଭିତ୍‌ଚ୍‌ଙ୍କୁ ଟପି ଯାଇ ଥିଲେ। ଅର୍ଥାତ୍‌ ସିଦ୍ଧୁ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଏବଂ ଏଲିନା କାଂସ୍ୟ ପଦକ ହାସଲ କରିଛନ୍ତି।

ଚୂଡ଼ାନ୍ତ ପର୍ଯ୍ୟାୟରେ ଅତି ଚମତ୍କାର ପ୍ରଦର୍ଶନ କରି ଭାକର୍ ସମୁଦାୟ ୨୪୦. ୯ ପଏଣ୍ଟ୍‌ ହାସଲ କରିଛନ୍ତି। ଭାରତ ପାଇଁ ୧-୨ କରିବାକୁ ତାଙ୍କୁ ୨୩୪ ରେଜିଷ୍ଟର୍‌ କରିବାକୁ ପଡ଼ିଥିଲା।

ପୂର୍ବରୁ ଭାକର୍‌ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ ଏବଂ ଆଇଏସ୍‌ଏସ୍‌ଏଫ୍‌ ଜୁନିୟର୍‌ ଓ୍ଵାର୍ଲଡ୍‌ କପ୍‌ରେ ନିକଟ ଅତୀତରେ ସ୍ୱର୍ଣ୍ଣପଦକ ପାଇଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ହେଉଛି ଭାରତର ୬ଷ୍ଠ ସ୍ୱର୍ଣ୍ଣ ପଦକ।

ସମ୍ବନ୍ଧିତ ଖବର