ନୂଆଦିଲ୍ଲୀ: ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ ଦଳ କିଙ୍ଗସ ଇଲେଭେନ ପଂଜାବର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏ ସଂପର୍କରେ ଦଳ ତରଫରୁ ବୀରେନ୍ଦ୍ର ସେହଓ୍ଵାଗ ଘୋଷଣା କରିଛନ୍ତି । ଗତ ଜାନୁୟାରି ମାସରେ ହୋଇଥିବା ଆଇପିଏଲ ନିଲାମୀରେ ଚେନ୍ନାଇ ସୁପର କିଙ୍ଗସ ଆଶ୍ୱୀନଙ୍କୁ ରଖିପାରିନଥିଲା । ତାଙ୍କୁ କିଙ୍ଗସ ଇଲେଭେନ ପଂଜାବ ପକ୍ଷରୁ ୭.୬ କୋଟି ଟଙ୍କାରେ କିଣାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଅଧିନାୟକ ନିଯୁକ୍ତ ହେବା ପରେ ଅଶ୍ୱିନ କହିଛନ୍ତି ଯେ ଏକ ଅତ୍ୟନ୍ତ ଦକ୍ଷ ଦଳର ନେତୃତ୍ୱ ନେଇ ସେ ସମ୍ମାନିତ ଅନୁଭବ କରୁଛନ୍ତି । ଏହି ନୂଆ ଚ୍ୟାଲେଞ୍ଜକୁ ନେଇ ସେ ଚାପରେ ନାହାନ୍ତି ବୋଲି କହିଛନ୍ତି । ଏ ସଂପର୍କରେ ଟିମ ମ୍ୟାନେଜମେଣ୍ଟ ସଦସ୍ୟ ବୀରେନ୍ଦ୍ର ସେହ୍ଵାଗ କହିଛନ୍ତି ଯେ ଯୁବରାଜ ସିଂ ଅଧିନାୟକ ହେବେ ବୋଲି ପୂର୍ବରୁ ଟିମ ମ୍ୟାନେଜମେଣ୍ଟରେ ଆଲୋଚନା ହେଉଥିଲା । ସେ ଜଣେ ଭଲ ବନ୍ଧୁ । କିନ୍ତୁ ଖେଳରେ ବନ୍ଧୁତାକୁ ପଛରେ ରଖିବାକୁ ହୁଏ । ଗତ ୨୦୧୫ ପର୍ଯ୍ୟନ୍ତ ଅଶ୍ୱିନ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ଥିଲେ । ଗତ ଦୁଇ ବର୍ଷ ହେବ ସେ ରାଇଜିଂ ପୁନେ ସୁପର ଜାଣ୍ଟ ପାଇଁ ଖେଳୁଥିଲେ । ସେ ଏପର୍ଯ୍ୟନ୍ତ ୧୧୧ଟି ଆଇପିଏଲ ମ୍ୟାଚ ଖେଳି ୧୦୦ଟି ଓ୍ଵିକେଟ ନେଇଛନ୍ତି ।