ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୯ ଜଣ ପାଇବେ ପୁଲିସ ସେବା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ୱର : ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୨୯ ଜଣ ପୁଲିସ କର୍ମଚାରୀ ୩ଟି ବର୍ଗରେ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ମନୋନୀତ ପୁଲିସ କର୍ମଚାରୀଙ୍କ ତାଲିକା ପ୍ରକ‌ାଶ ପାଇଛି।  ଏହି ୨୯ ଜଣଙ୍କ ମଧ୍ୟରୁ ୨ ଜଣ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବାକୁ ଥିବା ବେଳେ ୧୬ ଜଣ ପୁଲିସ ସାହସିକତା ପଦକ ଓ ୧୧ ଜଣ ଉଲ୍ଲେଖନୀୟ ପୁଲିସ ସେବା ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ରାଷ୍ଟ୍ରପତି ପଦକ ପାଇବାକୁ ମନୋନୀତ ହୋଇଥିବା ଦୁଇଜଣ ପୁଲିସ ଅଧିକାରୀ ହେଲେ ଅତିିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆର.ପି.କୋଚେ ଓ କଟକସ୍ଥିତ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଅବସ୍ଥାପିତ ପୁଲିସ ଏଏସଆଇ ମନୋରଞ୍ଜନ ସାମଲ ।

ସାହସିକତା ପଦକ ପାଇଥିବା ପୁଲିସ କର୍ମଚାରୀଙ୍କ ତାଲିକା ନିମ୍ନରେ ଦିଆଗଲା

ସେହିପରି ଉଲ୍ଲେଖନୀୟ ପୁଲିସ ସେବା ପଦକ ପାଇବାକୁ ମନୋନୀତ ହୋଇଥିବା ପୁଲିସ କର୍ମଚାରୀମାନେ ହେଲେ ବିଶ୍ୱନାଥ ମିଶ୍ର (ଏଏସପି ଜଗତସିଂପୁର),ବାଳକୃଷ୍ଣ ନନ୍ଦ ( କମାଣ୍ଡାଣ୍ଟ,ବିଟିଆଇ ବୁର୍ଲା), ବିକାଶ ରଞ୍ଜନ ବେହୁରା (ଡିଏସପି,ସିଆଇଡି,କଟକ),ସୁଶାନ୍ତ କୁମାର ବିଶ୍ୱାଳ(ଡିଏସପି, ଭିଜିଲାନ୍ସ, ମାଲକାନଗିରି), ଆଶିଷ କୁମାର ମିଶ୍ର (ଇନ୍ସପେକ୍ଟର, କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର), ଦିବାକର ସାମନ୍ତସିଂହାର(ସବଇନ୍ସପେକ୍ଟର,ଭିଜିଲାନ୍ସ,ଭୁବନେଶ୍ୱର),ଶାନ୍ତନୁ କୁମାର ଦାଶ (ଏଏସଆଇ,ଭୁବନେଶ୍ୱର), ପ୍ରଣବ କୁମାର ନାୟକ (ଏଏସଆଇ, ଭିଜିଲାନ୍ସ କଟକ) ଏବଂ ହାବିଲଦାର ଚିତ୍ତରଞ୍ଜନ ରଥ, କନଷ୍ଟେବଲ ନରେନ୍ଦ୍ର କୁମାର ରାଉତ ଓ କନଷ୍ଟେବଲ ଏସ.କେ.ଦାଉଦ ।

ସମ୍ବନ୍ଧିତ ଖବର