ବାଲେଶ୍ବର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପଦରୁ ସୁରଞ୍ଜନ ମହାପାତ୍ରଙ୍କ ଇସ୍ତଫା

ନୀଳଗିରି: ନୀଳଗିରି ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ତଥା ନୀଳଗିରି ଟ୍ରକ୍‌ ମାଲିକ ସଂଘର ସଭାପତି ସୁରଞ୍ଜନ ମହାପାତ୍ର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଉକ୍ତ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜିଲ୍ଲା ସଭାପତି ଶରତ ରାଜଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ତାଙ୍କ ଇସ୍ତଫା ପତ୍ରରେ ଶ୍ରୀ ମହାପାତ୍ର ନୀଳଗିରି ବିଧାୟକ ପଦ ପାଇଁ ନୀଳଗିରି ମାଟି, ଜନସାଧାରଣ ଓ ପାଣି ପବନ ସହ ସମ୍ପର୍କ ନ ଥିବା, ନୀଳଗିରି କିମ୍ବା ଜିଲ୍ଲାସ୍ତରରେ କୌଣସି ସୁପାରିସ ନ ଥାଇ କର୍ମୀଙ୍କ ବିରୋଧ ସତ୍ବେ ମନୋଜା ମଂଜରୀଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର