ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ର ତୈଳ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଆଜିଠାରୁ ୩ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜଧାନୀ ସମେତ ପୁରୀ, ଖୋର୍ଧା, ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାଠାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପେଟ୍ରୋଲ ପମ୍ପ ସମ୍ମୁଖରେ ବହୁ ମହିଳା, ଯୁବ ଓ ଛାତ୍ର ନେତୃମଣ୍ଡଳୀ, ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ।

ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଳର ବହୁ ବିଧାୟକ ଓ ମନ୍ତ୍ରୀ ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତେଲ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବା ସହିତ ଏକ ପଦଯାତ୍ରରେ ବାହାରି ରାମମନ୍ଦିରସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ।

ଉଲ୍ଲେଖ ଯେ, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧୦୪ ଡଲାର ଥିବା ବେଳେ ୪ବର୍ଷ ପରେ ଏହା ୭୮ ଡଲାରକୁ ଖସି ଆସିଛି। ମାତ୍ର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଲାଭଖୋର ମନବୃତ୍ତି ହେଉଛି ଏହାର ମୁଖ୍ୟ କାରଣ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ତେଲ ଦର କମିଥିଲେ ହେଁ ଦେଶରେ ଏହାର ଓଲଟା ଘଟୁଛି। ୨୦୧୩/୧୪ରେ ତେଲ କ୍ଷେତ୍ରରେ ଜାତୀୟ ରାଜସ୍ୱ ଯାହା ଥିଲା ତାହା ତୁଳନାରେ ୨୦୧୬/୧୭ରେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ନୃସିଂହ ସାହୁ, ବିଧାୟକ ପ୍ରି୍ରୟଦର୍ଶୀ ମିଶ୍ର, ସଂଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଆକାଶ ଦାସ ନାୟକ, ମେୟର ଅନନ୍ତ ନାରାୟଣ ଜେନା, ଅନୁଭବ ପଟ୍ଟନାୟକ, ରବି ନାରାୟଣ ମହାପାତ୍ର, ରାଜଶ୍ରୀ ମଲ୍ଲିକ, ରାସେଶ୍ୱରୀ ପାଣିଗ୍ରାହୀ, ସଂଜୀବ ସାହୁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବ୍ରତ ତରାଇ, ବ୍ରଜ କିଶୋର ପ୍ରଧାନ, ପ୍ରୀତିରଂଜନ ଘଡ଼ାଇ, ମାନସ ମଡ଼କାମୀ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଅମରେଶ ଜେନା, ସୁନିଲ ପ୍ରଧାନ, କେ ଦାସ, ଉପସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ସନ୍ତୋଷ ବେଜ, ମନ୍ଦାକିନୀ କର, ରାଜକମଲ ଜେନା, ସମୀର ପ୍ରଧାନ, ତନ୍ମୟ ସ୍ୱାଇଁ, ଦେବାଶିଷ ସୀଟ, ଏଲିନା ଦାସ, ଜ୍ୟୋତିରଂଜନ ଜେନା, ସୁନୀଲ ପଣ୍ଡା ଓ ଧୃତିରଂଜନ ମାର୍ଥା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର