୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମାମଲା : ଜୁଲାଇରେ ହାଇକୋର୍ଟରେ ଶୁଣାଣି

କଟକ : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡ ସଂପର୍କିତ ମାମଲା ହାଇକୋର୍ଟରେ ପହଞ୍ଚିଛି। ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତଙ୍କ ୨୦୧୮, ଏପ୍ରିଲ ୧୩ର ଏ ସଂକ୍ରାନ୍ତ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବା ବେଳେ ଦଣ୍ଡାଦେଶକୁ ଚାଲେଞ୍ଜ କରି ଆସାମୀଙ୍କ ପକ୍ଷରୁ ଅପିଲ ମଧ୍ୟ ରୁଜୁ ହୋଇଛି। ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏ ସଂପର୍କିତ ମାମଲା ଗୁଡିକର ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସଂନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶମଣି ଶବରଙ୍କୁ ପିଟି ପଟି ଦରମରା ପରେ ଅଭିଯୁକ୍ତମାନେ ମାଟିତଳେ ପୋତି ଦେଇଥିଲେ। ଏହା ପରେ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଶବ ମାଟି ତଳୁ କାଢି ପୋଡି ଦେଇଥିଲେ। ୧୧ଜଣଙ୍କ ବୟାନକୁ ଆଧାର କରି ଅଦାଲତ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର