ଟ୍ରେନ୍‌ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ଘଟଣା : ବାଗଡିହି ରେଞ୍ଜର ନିଲମ୍ବିତ

ଝାରସୁଗୁଡ଼ା : ଗତ ରବିବାର ରାତି ସାଢ଼େ ୩ଟା ବେଳେ ବାଗଡ଼ିହି ରେଞ୍ଜ ଅନ୍ତର୍ଗତ ତେଲିଡ଼ିହି ଓ ଅଗରିଆ ବାଗଡ଼ିହି ରେଳ ଫାଟକ ମଝିରେ ହାଓ୍ଵାଡ଼ା-ମୁମ୍ବାଇ ମେଲ୍‌ ଧକ୍କାରେ ୪ ହାତୀ ମରିଯିବା ଘଟଣାରେ ଗୁରୁବାର ବାଗଡିହି ରେଞ୍ଜର ବଟକୃଷ୍ଣ ସେଠୀଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଆର୍‌ସିସିଏଫ ଆଜି ରେଞ୍ଜରଙ୍କ ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର