ଟିଟୋକୁ ବାରିମୂଳ ଜେଲରୁ ସ୍ଥାନାନ୍ତର ପାଇଁ ଆବେଦନ

କେନ୍ଦ୍ରାପଡା : ନିରାପତ୍ତା ଦୃଷ୍ଟିରୁ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀକୁ ବାରିମୂଳ ଜେଲ୍‌ରୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି। ବିଭିନ୍ନ ଅପରାଧୀକ ମାମଲାର ତଦନ୍ତରେ ବାଧା ସୃଷ୍ଟି ନ ହେବା ଓ ସାକ୍ଷୀମାନେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଟିଟୋକୁ କେନ୍ଦ୍ରାପଡା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉ ବୋଲି କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ଟାସ୍କଫୋର୍ସ ଉକ୍ତ ଆବେଦନପତ୍ରରେ ଦର୍ଶାଇଛି। ତେବେ ଏସଡିଜେଏମ ଏ ସମ୍ପର୍କରେ କୌଣସି ନିର୍ଦେଶ ଦେଇ ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର