ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ : ୬ କ୍ଷୁଦ୍ର ଜମାକାରୀ ଫେରି ପାଇଲେ ଜମାରାଶି

କଟକ : ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଆଜି ୩ଟି ଅର୍ଥ ଲାଗାଣକାରୀ ସ˚ସ୍ଥାର ୬ଜଣ କ୍ଷୁଦ୍ର ଜାମାକରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇଛନ୍ତି। ବିଏସ୍‌ଏଲ୍‌ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ଓ ପ୍ଲସ୍‌ ଭିମ୍‌ ଟ୍ରେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଜଣେ ଲେଖାଏ ଏବ˚ ରିୟଲ ଭିଜନ କମର୍ସିଆଲ୍‌ କର୍ପୋରେସନ୍‌ ୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛି। ନୋଟିସ ପାଇ ଜମାକାରୀମାନେ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଏହି ସବୁ ସ˚ସ୍ଥାରେ ନିବେଶ କରିଥିବା ଟଙ୍କା ସ˚ପର୍କରେ ନଥିପତ୍ର ସହିତ ନିଜ ପରିଚୟପତ୍ର ଉପସ୍ଥାପନ କରିଥିଲେ। ଏହା ପରେ ସ˚ସ୍ଥାର ପଦାଧିକାରୀଙ୍କ ଉପସ୍ଥିତିରେ କମ୍ପାନି ଗୁଡିକ କ୍ଷୁଦ୍ର ଜମାକରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିଥିଲେ। ବିଏସଏଲ୍‌ ସ˚ସ୍ଥା ପୂର୍ବରୁ ଜଣେ ଓ ପ୍ଲସ୍‌ ଭିମ ଟ୍ରେଡ୍‌ ସ˚ସ୍ଥା ୩ଜଣଙ୍କୁ ଟଙ୍କା ଫେରସ୍ତ କରିଥିଲେ। ଅନ୍ୟପକ୍ଷରେ ରିୟଲ ଭିଜନ ସ˚ସ୍ଥାକୁ ୩୧ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ନୋଟିସ୍‌ ଜାରି କରାଯାଇଥିବା ବେଳେ ଆଜି ସ˚ସ୍ଥା ୪ଜଣଙ୍କୁ ଜମାଟଙ୍କା ଫେରସ୍ତ କରିଥିଲା। ଅବଶିଷ୍ଟ ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ନଭେମ୍ବର ୧୫ରେ ଜମାଟଙ୍କା ଫେରସ୍ତ କରିବାକୁ ରିୟଲ ଭିଜନ ସ˚ସ୍ଥାକୁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର