‘ଫନି’ ଲ୍ୟାଣ୍ଡଫଲ୍ ସମୟରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶା : ଆଇଏମଡି ଡିଜି

ନୂଆଦିଲ୍ଲୀ : ଆଗୁଆ ସ୍ଥଳଭାଗ ଛୁଇଁବ ଅତି ଭୀଷଣ ବାତ୍ୟା ଫନି । ଆସନ୍ତାକାଲି ୮ଟାରୁ ୧୦ ମଧ୍ୟରେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ଫନି । ଏ  ନେଇ ଭାରତୀୟ ପାଣିପାଗ ବିଭାଗ  ଡିଜି ଏକ ପ୍ରେସମିଟ୍ କରିଛନ୍ତି ।  ଓଡ଼ିଶା ଓ ପଶ୍ଚିମବଙ୍ଗରେ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସେ ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ସମୟରେ ଫନିର ପ୍ରଭାବ ଓଡ଼ିଶାର ଅଧିକ ରହିବ । ଓଡ଼ିଶା ସର୍ବାଧିକ ପ୍ରଭାବିତ ହେବ ବୋଲି ସେ କହିଛନ୍ତି  । ତେବେ ଫନି ପାଇଁ ରାଜ୍ୟରେ ଏବେ ବି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଜାରି ରହିଛି ।

ବର୍ତ୍ତମାନ ସମୟରେ ପୁରୀଠାରୁ ୩୨୦ କିମି ଦୂରରେ ରହିଛି ଫନି । ବର୍ତ୍ତମାନ  ଘଣ୍ଟା ପ୍ରତି ଏବେ ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି  ଫନି । ଏଥିପାଇଁ ଭୁବନେଶ୍ବରକୁ ୨୪ ଘଣ୍ଟା ବିମାନ ଚଳାଚଳ ବନ୍ଦ ରହିବ । ଅନ୍ୟପଟେ ବାତ୍ୟା ପାଇଁ ଯୁକ୍ତ ୨ ଖାତା ମୁଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ସେପଟେ ବାତ୍ୟା ଫନି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ରଖିଛନ୍ତି । ପ୍ରଭାବିତ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ରିଲିଫ ଓ ରେସ୍କ୍ୟୁ ଅପରେସନ୍ ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ପ୍ରଭାବିତ ରାଜ୍ୟ ଉପରେ ନଜର ରଖିବାକୁ କେନ୍ଦ୍ରର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ସମେତ ଆନ୍ଧ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗର ଉଚ୍ଚ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ବାତ୍ୟା ପ୍ରଭାବିତ ରାଜ୍ୟରେ ରିଲିଫ ଓ ରେସ୍କ୍ୟୁ ପାଇଁ କୋଷ୍ଟଗାର୍ଡର ଜାହାଜ ପ୍ରସ୍ତୁତ ରଖାଯାଇଛି । ନୌସେନା ହେଲିକପ୍ଟର ବି ରେସ୍କ୍ୟୁ ଅପରେସନରେ ସାମିଲ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ସମ୍ବନ୍ଧିତ ଖବର