ପାଟକୁରା ନିର୍ବାଚନ: ୭୨.୭୫ ପ୍ରତିଶତ ମତଦାନ

କେନ୍ଦ୍ରାପଡ଼ା: ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଥିବା ବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ରବିବାର ମିଳିଥିବା ସୂଚନା ଅନୁସାରେ ପାଟକୁରାରେ ୭୨.୭୫ ପ୍ରତିଶତ ମତଦାନ ହୋଇଛି। ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ଏଠାରେ ୭୦ ପ୍ରତିଶତ ମତଦାନ ହୋଇଥିଲା। ମାତ୍ର ଏଥର ମତଦାନ ରେକର୍ଡ଼ ସୃଷ୍ଟି କରିଛି। ଆଗାମୀ ୨୪ ତାରିଖରେ ଭୋଟ୍‌ ଗଣତି ହେବ।

ସମ୍ବନ୍ଧିତ ଖବର