ବଦ୍ରିନାଥରେ ତୁଷାରପାତ, ଫସି ରହିଛନ୍ତି ୪୨ଜଣ ଓଡ଼ିଆ

ଗଞ୍ଜାମ : ଉତ୍ତରାଖଣ୍ଡରେ ବଦ୍ରିନାଥରେ ତୁଷାରପାତ ହୋଇଛି । ଫଳରେ ସେଠାରେ ୪୨ଜଣ ଓଡିଆ ଫସି ରହିଛନ୍ତି। ଏହି ସମସ୍ତ ଲୋକମାନଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବୋଲି ଜଣାପଡିଛି । ସେମାନଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ ।

ସୂଚନାଯୋଗ୍ୟ, ବଦ୍ରିନାଥରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ଏଠାରେ ମେରୁ ନଭେମ୍ବର ଯାଏଁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ ଯକିନ୍ତୁ ଗତ ୫ ଦିନ ଧରି ପ୍ରବଳ ବର୍ଷା ଫଳରେ ବଦ୍ରିନାଥରେ ଜୀବନଯାତ୍ରା ଠପ୍‌ ହୋଇଯାଇଛି । ସ୍ଥାନେ ସ୍ଥାନେ ବରଫ ଜମିଥିବାରୁ ପର୍ଯ୍ୟଟକ ଫସିରହିଛନ୍ତି । ବଦ୍ରିନାଥର ତାପମାତ୍ରା ବହୁ ତଳକୁ ଚାଲିଯାଇଛି । ବରଫପାତ ଯୋଗୁଁ ବ୍ରଦିନାଥଙ୍କ ମନ୍ଦିର ଡିସେମ୍ବପରରୁ ପ୍ରାୟ ୫ ମାସ ଧରି ବନ୍ଦ ରହିଥାଏ ।

ଉଲ୍ଲେଖ ଥାଉ କି, ଉତର ଭାରତର ତିନିଟି ପାହାଡି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ଓ ଉତ୍ତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁକଶ୍ମୀରର ଶ୍ରୀନଗର ସମେତ ଲଦାଖ ଓ ଲେହ ଅଞ୍ଚଳରେ ପ୍ରବଳ ତୁଷାର ପାତ ହୋଇଛି । ତୁଷାର ଜମା ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଏହାକୁ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ୯ବର୍ଷ ପରେ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ହିଁ ତୁଷାରପାତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର