ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ହୋଇପାରେ ଲଘୁଚାପ ବର୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗାର ସୃଷ୍ଟି ହୋଇଥିବା ଘୂର୍ଣ୍ଣବିଳୟ ଏବେ ଲଘୁଚାପର ରୁପ ନେଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନର ଦକ୍ଷିଣପଶ୍ଚିମ ମୌସୁମୀବାୟୁ ପହଞ୍ଚିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ଯାହାର ପ୍ରଭାବରେ ଓଡ଼ିଶରେ ଲଘୁଚାପ ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିପରି ଆଗାମୀ ୪୮ଘଣ୍ଟା ମଧ୍ୟରେ ଏହା ବଙ୍ଗଳାଦେଶ ଉପକୂଳବର୍ତ୍ତୀ ଅଞ୍ଚଳକୁ ଛୁଇଁବ। ପୂର୍ବ-ପଶ୍ଚିମ ମୌସୁମୀବାୟୁ ଏବେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ବଙ୍ଗଳାଦେଶ, ଦକ୍ଷିଣ ହରିୟାଣା, ଦକ୍ଷିଣ ଉତ୍ତରପ୍ରଦେଶ, ଝଡଖଣ୍ଡ ଓ ଗ୍ୟାଗ୍‌ଟିକ୍‌ ପଶ୍ଚିମ ବଙ୍ଗଳାରେ ଅନଭୂତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟର ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୮ଟି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଶୁକ୍ରବାର ପୂର୍ବାନୁମାନ କରିଛି। ତେଣୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେଓଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା।

ସମ୍ବନ୍ଧିତ ଖବର