ପିଲା ପଢ଼ିବେ ବିପର୍ଯ୍ୟୟ ପ୍ରଶମନ ପାଠ

ପ୍ରାଥମିକରୁ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ିବେ

୨୦୧୮-୧୯ ଶିକ୍ଷାବର୍ଷ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ଭୁବନେଶ୍ୱର : ବିପର୍ଯ୍ୟୟ ପ୍ରଶମନ ସମ୍ପର୍କରେ ଶିକ୍ଷା ଗ୍ରହଣ କରିବେ ଛାତ୍ରଛାତ୍ରୀ। ୨୦୧୮-୧୯ ଶିକ୍ଷାବର୍ଷରେ ପ୍ରସ୍ତୁତ ହେବାକୁ ଥିବା ପାଠ୍ୟପୁସ୍ତକରେ ଏସମ୍ପର୍କରେ ଉଲ୍ଲେଖ କରାଯିବ। ପ୍ରାଥମିକ ବିଦ୍ୟାଳୟଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲା ଯେପରି ବିପର୍ଯ୍ୟୟ ପ୍ରଶସନ ବିଷୟରେ ଜାଣିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏନେଇ ଖୁବ୍‌ଶୀଘ୍ର ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରାକୃତିକ ପରିଚାଳନା କର୍ତୃପକ୍ଷ(ଓସ୍‌ଡମା)ଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଉଭୟ ବିଭାଗ ମଧ୍ୟରେ ଆଲୋଚନା କରାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ବିଭାଗ ସଚିବ ତଥା ଓସ୍‌ଡମାର ପରିଚାଳନା ନିର୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସ୍କୁଲ ପିଲାଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ଜଣାଇବା ଲାଗି ଜାତୀୟ ପ୍ରାକୃତିକ ପରିଚାଳନା କର୍ତୃପକ୍ଷ(ଏନ୍‌ଡିଏମ୍‌ଏ) ପକ୍ଷରୁ ଏକ ଗାଇଡ୍‌ଲାଇନ୍ସ କରାଯାଇଛି। ତାହାକୁ ଓଡ଼ିଶାରେ ଲାଗୁ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେହିକ୍ରମରେ ପିଲାଙ୍କୁ ଛୋଟ ବେଳରୁ ଏସମ୍ପର୍କରେ ସଚେତନ କରିବା ଲାଗି ବିଦ୍ୟାଳୟ ପାଠ୍ୟକ୍ରମରେ ବିପର୍ଯ୍ୟୟ ପ୍ରଶମନ ବିଷୟ ରହିବ। ଭବିଷ୍ୟତରେ ସେମାନେ ଏଦିଗରେ ସଚେତନ ହୋଇପାରିବେ। ଏଥିସହ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇ ସ୍କୁଲଗୁଡ଼ିକୁ ପଠାଇ ଦିଆଯିବ। ବାତ୍ୟା, ବନ୍ୟା, ସୁନାମୀ ସମୟରେ ପିଲାମାନେ କ’ଣ କରିବେ ସେବିଷୟରେ ବି ବିଦ୍ୟାଳୟରେ କୁହାଯିବ। ସ୍ୱେଚ୍ଛତା ସମ୍ପର୍କରେ ବି ସଚେତନତା କରାଯିବ ବୋଲି ସେ କହିଛନ୍ତି।

ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ବିଷୟ କେଉଁ ବହିରେ ସ୍ଥାନ ପାଇବ ଏପର୍ଯର୍୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ବଜ୍ରପାତରୁ ରକ୍ଷା ପାଇବା ଲାଗି ପ୍ରତିରୋଧକ କଣ୍ଡକ୍ଟର ଲଗାଇବା, ଘଡ଼ଘଡ଼ି ଶବ୍ଦ ଶୁଣିଲେ ପକ୍କା ଘର ଭିତରକୁ ଚାଲିଯିବା, ବାଇକ୍‌ ଅପେକ୍ଷା କରା, ବସ୍‌ ଆଦି ଯାନରେ ଯିବା ଆସିବା କରିବା, ଝରକା, କବାଟ, କାନ୍ଥଠାରୁ ଦୂରରେ ରହିବ, ବିଦ୍ୟୁତ୍‌ ପ୍ରବାହିତ ବସ୍ତୁଠାରୁ ଦୂରରେ ରହିବା ପରି ସଚେତନତା ବିଷୟ ସ୍ଥାନ ପାଇବ। ବଜ୍ରପାତରୁ ରକ୍ଷା ପାଇବାର କୌଶଳ ସମ୍ପର୍କରେ ଲେଖା ଏବଂ ଚିତ୍ର ମାଧ୍ୟମରେ ପିଲାଙ୍କୁ ସଚେନତ କରାଯିବ। ବାତ୍ୟା ଏବଂ ବନ୍ୟା ସମ୍ପର୍କରେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେନେଇ ମଧ୍ୟ ପାଠ୍ୟପୁସ୍ତକରେ ଉଲ୍ଲେଖ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର