ବଜ୍ରାଘାତରେ ଦୁଇ ଚାଷୀ ମୃତ

କାମାକ୍ଷାନଗର/ଭୁବନ : କାମାକ୍ଷାନଗର ଥାନା ହାଟୁଆରି ଗାଁରେ ବଜ୍ରପାତ ଘଟି ୨ ଜଣ ଚାଷୀ ପ୍ରାଣ ହରାଇଛନ୍ତି। ଏହି ଦୁଇଜଣ ହେଲେ, ଅନ୍ତର୍ଯ୍ୟାମୀ ନାୟକ(୪୫) ଓ ବେଢ଼ାପାଳ ଗାଁର ମଙ୍ଗରାଜ ବେହେରା(୪୨)।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ହାଟୁଆରି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଅନ୍ତର୍ଯ୍ୟାମୀ ଓ ମଙ୍ଗରାଜ ନିଜ ନିଜ ଜମିରେ କାମ କରିବା ସମୟରେ ଉଭୟଙ୍କ ଉପରେ ବଜ୍ରାଘାତ ହୋଇଥିଲା। ପରିବାର ସଦସ୍ୟ ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର