ବିବାହିତ ଝିଅ, ମୃତବ୍ୟକ୍ତି ନାଁରେ ରାସନ ନେଉଥିଲେ ସାବଧାନ: ଫୌଜଦାରି ମାମଲା ହେବ

ସିଂହପୁର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଂଝାରପୁର ବ୍ଲକ୍‌ ଯୋଗାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୯୯୦ ତା ୨୦/୪/୨୦୧୮ ଅନୁଯାଇ ବ୍ଲକ୍‌ର ସମସ୍ତ ରାସନକାର୍ଡ ହିତାଧିକାରୀଙ୍କୁ ଅବଗତ କରାଯାଇଛି ଯେ, ଯଦି କୌଣସି ହିତାଧିକାରୀ ମୃତବ୍ୟକ୍ତି କିମ୍ବା ବିବାହିତ ଝିଅମାନଙ୍କ ନାମରେ ରାସନ ସାମଗ୍ରୀ ଗ୍ରହଣ କରୁଥିବେ ସେମାନଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଯୋଗାଣ ଅଧିକାରିଣୀ ଶୁଭାଙ୍ଗୀ ରାୟ ସୂଚନା ଦେଇଛନ୍ତି।
ଯଦି ଏହିଭଳି କୌଣସି ନାମ ରହିଥାଏ ତେବେ ହିତାଧିକାରୀ ତୁରନ୍ତ ଏହି ନାମକୁ ରାସନ କାର୍ଡରୁ କଟାଇବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କଣ୍ଟ୍ରୋଲ ଦୋକାନୀ, ବ୍ଲକ୍‌ ପ୍ରଶାସନ, ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଜଣାଇବାକୁ ଶ୍ରୀମତି ରାୟ ପରାମର୍ଶ ଦେଇଛନ୍ତି। ଏହି ସୂଚନା ପରେ ଅନେକ ହିତାଧିକାରୀ ମୃତବ୍ୟକ୍ତି ତଥା ବିବାହିତ ଝିଅମାନଙ୍କ ନାମ ରାସନ କାର୍ଡରୁ କାଟିବା ପାଇଁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର