କାଶ୍ମୀର ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ନେଇ ଓଡ଼ିଶାର ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ୱର: ଜାମ୍ମୁ କଶ୍ମୀର ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସତୁରି ବର୍ଷ ତଳେ ଜମ୍ମୁ କାଶ୍ମୀର ସହ କେନ୍ଦ୍ର ସରକାର ସ୍ୱାକ୍ଷର କରିଥିବା ଚୁକ୍ତିନାମାର ଉଲ୍ଲଘଂନ ହୋଇଛି। ଏହି ନିଷ୍ପତ୍ତିର ପ୍ରତିକ୍ରିୟା ସ୍ୱରୂପ ଜାମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ।

କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ସାରା ଦେଶରେ ସମସ୍ତେ ସମାନ ନ୍ୟାୟ ପାଇବା ଉଚିତ। ଧାରା ୩୭୦ ଉଚ୍ଛେଦ ହେଲେ ସବୁ ନାଗରିକ ସମାନ ଅଧିକାର ପାଇବେ

ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁକାଶ୍ମୀର ବିଭାଜନ ଇତ୍ୟାଦି କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ମଧ୍ୟ ବିଜୁ ଜନତା ଦଳ ସମର୍ଥନ କରୁଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର